ETV Bharat / state

ପର୍ଯ୍ୟଟକଙ୍କ ଫେବରିଟ୍ ହୀରାକୁଦ, ପିକନିକ ସାଙ୍ଗକୁ ଜଳଭଣ୍ଡାରରେ ଜଳ କ୍ରୀଡ଼ା - SAMBALPUR HIRAKUD DAM

ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରରେ ଜମୁଛି ପିକନିକ । ମାଆ ସମଲେଶ୍ବରୀଙ୍କ ଆଶୀର୍ବାଦ ସହ ନିଅନ୍ତୁ ୱାଟର ସ୍ପୋର୍ଟ୍ସର ଭରପୁର ମଜା ।

ହାତ ଠାରି ଡାକୁଛି ହୀରାକୁଦ
ହାତ ଠାରି ଡାକୁଛି ହୀରାକୁଦ (ETV Bharat Odisha)
author img

By ETV Bharat Odisha Team

Published : Dec 19, 2024, 5:08 PM IST

ସମ୍ବଲପୁର: ଆରମ୍ଭ ହୋଇଗଲାଣି ପିକନିକ ଋତୁ । ପରିବାର ହେଉ ଅବା ସାଙ୍ଗ ସାଥୀ ଟିକେ ପ୍ରକୃତିକୋଳରେ ହଜିଯିବାକୁ କିଏ ବା ନଚାହେଁ । ଆପଣ ବି ପ୍ରାକୃତିକ ପରିବେଶରେ ନିଜକୁ ହଜାଇ ଦେବାକୁ ଚାହୁଁଛନ୍ତି କି ? ଆପଣଙ୍କୁ ହାତ ଠାରି ଡାକୁଛି ହୀରାକୁଦ ଜଳଭଣ୍ଡାର । ପାରଦ ଖସିବା ସାଙ୍ଗକୁ କାକର ଭିଜା ସକାଳ ସହ ଘନ ନୀଳ ଜଳରାଶି ପର୍ଯ୍ୟଟକଙ୍କ ବାଟ ଚାହିଁ ରହିଛି । ଆଉ ଏହାର ମଜା ନେବା ପାଇଁ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ଜମିଲାଣି ପିକନିକର ଆସର ।

ହୀରାକୁଦରେ ପିକନିକ ଆସର:

ଶୀତ ବଢ଼ିବା ସହ ସେହି ମାତ୍ରାରେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଡିସେମ୍ବର ମାସ ପିକନିକର ଋତୁ ହୋଇଥିବା ବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଅଞ୍ଚଳକୁ ବହୁ ସଂଖ୍ୟକ ପର୍ଯ୍ୟଟକ ପିକନିକ କରିବାକୁ ଆସୁଛନ୍ତି l ଏଠାରେ ଥିବା ହୀରାକୁଦର ସୁନୀଳ ଗଭୀର ବିସ୍ତୀର୍ଣ୍ଣ ଜଳ ରାଶି ସହ ବଣ ଜଙ୍ଗଲ ଘେରା ପ୍ରାକୃତିକ ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ବହୁ ମାତ୍ରାରେ ଅକର୍ଷିତ କରୁଛି l ବର୍ତ୍ତମାନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଆସି ଏଠାରେ ପିକନିକ କରୁଥିବା ବେଳେ କେତେକ ଲୋକ କେବଳ ଭ୍ରମଣ ପାଇଁ ଆସୁଛନ୍ତି ଏବଂ ଏଠାରେ ୱାଟର ସ୍ପୋର୍ଟର ମଜା ନେଉଛନ୍ତି l

ହାତ ଠାରି ଡାକୁଛି ହୀରାକୁଦ (ETV Bharat Odisha)

ସମ୍ବଲପୁର ଆସିଲେ କଣ ଦେଖିବେ ?

ସମ୍ବଲପୁର, ପଶ୍ଚିମ ଓଡିଶାର ବଣ ଜଙ୍ଗଲ ଓ ନଦୀ ଥିବା ପ୍ରାକୃତିକ ପରିବେଶର ଜିଲ୍ଲା l ଏଠାରେ ହୀରାକୁଦ ଡ୍ୟାମ ସମେତ ବହୁତ ଗୁଡିଏ ପର୍ଯ୍ୟଟନ ସ୍ଥଳ ରହିଛି l ଏହା ସହ ଏଠାକୁ ଯିଏ ବି ଆସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ହୀରାକୁଦ ଜଳଭଣ୍ଡାର ଦେଖିବାକୁ ଆସନ୍ତି l ଆଉ ଶୀତ ଦିନରେ ଏହିଭଳି ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢିଯାଏ l

  • ହୀରାକୁଦ ଡ୍ୟାମ
  • ମା’ ସମଲେଶ୍ବରୀ ମନ୍ଦିର
  • ନେହେରୁ ମିନାର
  • ଝାଙ୍କରାଣୀ ପୀଠ
  • ଦେବ୍ରିଗଡ଼ ଅଭୟାରଣ୍ୟ
  • ୱାର୍ଟର ସ୍ପୋର୍ଟ୍ସ ମଜା
ହୀରାକୁଦ ଜଳଭଣ୍ଡାର
ହୀରାକୁଦ ଜଳଭଣ୍ଡାର (ETV Bharat Odisha)

କେମିତି ଆସିବେ ଜଳଭଣ୍ଡାରକୁ ?

ସମ୍ବଲପୁର ସହରରୁ 15 କିଲୋମିଟର ଦୂରରେ ଅବସ୍ଥିତ ହୀରାକୁଦ ଜଳଭଣ୍ଡାର । ଏଠିକି ଯିବାକୁ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାସ୍ତା ଦେଇ ଯିବାକୁ ପଡିବ l ବିଶ୍ବ ବିଦ୍ୟାଳୟ ପର୍ଯ୍ୟନ୍ତ ବସର ସୁବିଧା ଉପଲବ୍ଧ । କିନ୍ତୁ ଜଳ ଭଣ୍ଡାରକୁ ଯିବାକୁ ହେଲେ ଗାଡି ବୁକିଂ କରି କି ଯିବାକୁ ପଡିବ ।

ହୀରାକୁଦ ଜଳଭଣ୍ଡାର
ହୀରାକୁଦ ଜଳଭଣ୍ଡାର (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ବିଶ୍ବ ପର୍ଯ୍ୟଟନସ୍ଥଳୀ ହେବ ହୀରାକୁଦ ଜଳଭଣ୍ଡାର ! ଆରମ୍ଭ ହେଲା ମାଟି ପରୀକ୍ଷା - SAMBALPUR MAHANADI DEVELOPMENT

ଘଞ୍ଚ ଜଙ୍ଗଲରେ ଲୁଚି ରହିଛି ଭୀମ ମଣ୍ଡଳୀ, 20 ହଜାର ବର୍ଷ ପୁରୁଣା ରହସ୍ୟମୟ ସ୍ଥାନ - BHIM MANDALI

ହୀରାକୁଦ ଜଳଭଣ୍ଡାର
ହୀରାକୁଦ ଜଳଭଣ୍ଡାର (ETV Bharat Odisha)

ୱାଟର ସ୍ପୋର୍ଟସ ସହ ପିକନିକ ମଜା:

ହୀରାକୁଦ ଜଳଭଣ୍ଡାର ସହର ନିକଟରେ ଥିବାରୁ ଏଠାକୁ ଶୀତ ଦିନେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ଜମେ । ଦୂର ଜାଗାକୁ କେହି ଯିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ଏଠାକୁ ସହରବାସୀ ଯାଇ ପିକନିକର ମଜା ଉଠାନ୍ତି । ବଣ ଭୋଜିର ମଜା ସହ ନାଚ ନାଚ ଗୀତରେ ମସଗୁଲ ହେଉଛନ୍ତି ଲୋକେ l ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ସହ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି l

ହୀରାକୁଦ ଜଳଭଣ୍ଡାର
ହୀରାକୁଦ ଜଳଭଣ୍ଡାର (ETV Bharat Odisha)

ହୀରାକୁଦ ଜଳଭଣ୍ଡାରର ଅନୁଭୂତି କେମିତି ?

ଏଠାକୁ ଆସିଥିବା କଟକ ବ୍ୟାଙ୍କିର ଜଣେ ଯୁବତୀ ସରସ୍ବତୀ ବିଶ୍ୱାଳ କୁହନ୍ତି, ‘ମୁଁ ଏଠାକୁ କଟକ ଜିଲ୍ଲା ବ୍ୟାଙ୍କି ବ୍ଲକ ଅଞ୍ଚଳରୁ ଆସିଛି l ଏହି ଜାଗାର ପ୍ରାକୃତିକ ପରିବେଶ ବହୁତ ସୁନ୍ଦର l ଏଠାରେ ଏସିଆର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଡ୍ୟାମ ଅଛି l ଏଠି ଜବାହାର ନେହେରୁ ମିନାର ମଧ୍ୟ ଅଛି l ମିନାର ଉପରୁ ନଦୀ ବନ୍ଧର ଜଳ ସଂରକ୍ଷଣ କିପରି କରାହୋଇଛି ତାହା ଦେଖି ହେଉଛି l ମୁଁ ଏଠାକୁ ପରିବାର ଲୋକଙ୍କ ସହ ଆସିଛି, ବହୁତ ଏନଜୟ କରୁଛି ।’

ଅନ୍ୟପଟେ ଝାଡଖଣ୍ଡ ରାଜ୍ୟର ବୋକାରୋ ଜିଲ୍ଲାରୁ ଆସିଥିବା ପର୍ଯ୍ୟଟକ ଅଜୟ ଗୌର କୁହନ୍ତି, ‘ବହୁତ ମଜା ଲାଗିଲା, ପୂରାପୂରି ଭାବେ ଯେତିକି ଖର୍ଚ୍ଚ ହୋଇଥିଲା ସବୁ ଅସୁଲ ହୋଇଗଲା l ସାଙ୍ଗ ମାନଙ୍କ ସହ ଆସିଛି, ନୂଆ ବର୍ଷର ସମୟ ତ ବହୁତ ଭଲ ଲାଗୁଛି l ଏଠିକାର ପ୍ରାକୃତିକ ବାତାବରଣ ବହୁତ ଭଲ ଲାଗିଲା ଓ ଏହି ସ୍ଥାନରେ ଥିବା ବୋଟିଙ୍ଗର ବ୍ୟବସ୍ଥା ମଧ୍ୟ ବହୁତ ଭଲ ।"

ଏହା ମଧ୍ୟ ପଢ଼ନ୍ତୁ-

ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ବରକନ୍ୟା ଜଳପ୍ରପାତ - BARAKANYA WATERFALL

ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? ତାହେଲେ ଡେରି କାହିଁକି... - FAMOUS TEMPLES IN ODISHA

ହୀରାକୁଦ ଜଳଭଣ୍ଡାର
ହୀରାକୁଦ ଜଳଭଣ୍ଡାର (ETV Bharat Odisha)

ବୋଟିଂରେ ନେଇ ପାରିବେ ମଜା :

ନିକଟରେ ୱାଟର ସ୍ପୋର୍ଟ୍ସର ସୁବିଧା ଥିବାରୁ ଲୋକେ ଏଠି ୱାଟର ସ୍ପୋର୍ଟ୍ସର ମଜା ନେଉଛନ୍ତି l ଏଠାରେ ଥିବା ୱାଟର ସ୍ପୋର୍ଟ୍ସରେ ବୋଟିଂ ସୁବିଧା ଉପଲବ୍ଧ ଅଛି l ୱାଟର ସ୍ପୋର୍ଟ୍ସ କମ୍ପାନୀର ମ୍ୟାନେଜର ଜୟନ୍ତ ପଟ୍ଟନାୟକ କୁହନ୍ତି, ‘ଆମ ୱାଟର ସ୍ପୋର୍ଟ୍ସକୁ ବିଗତ ଦିନ ଅପେକ୍ଷା ଭଲ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି l ସେମାନେ ଏଠାରେ ପାରା ସେଲିଙ୍ଗ ସହ ବିଭିନ୍ନ ପ୍ରକାର ନୌବିହାରର ମଜା ନେଉଛନ୍ତି l ଏଠାରେ ପାରା ସେଲିଂ ସହ, ବାନାନା ବୋଟ, ବମ୍ପର, ସ୍ପିଡ ବୋଟ, ଆଡଭେନଚର, ଜେଟସ୍କି, ଫ୍ୟାମିଲି ବୋଟ, କାଏକିଙ୍ଗ, ଫ୍ଲୋଟିଙ୍ଗ ରେସ୍ତୋରାଁ, କ୍ରୁଜ, ପଣ୍ଟୁନ ବୋଟର ସୁବିଧା ଉପଲବ୍ଧ ଅଛି । ସବୁ ଜିନିଷ ଆମେ ଏଠି ଉପଲବ୍ଧ କରେଇଛୁ l’

ହୀରାକୁଦ ଜଳଭଣ୍ଡାର
ହୀରାକୁଦ ଜଳଭଣ୍ଡାର (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ସମ୍ବଲପୁର ହେବ ଟ୍ୟୁରିଜିମ ହବ୍‌: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆନମନା ବିଦେଶୀ, ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା - SAMBALPUR TOURISM HUB

ହୀରାକୁଦ ଜଳଭଣ୍ଡାର
ହୀରାକୁଦ ଜଳଭଣ୍ଡାର (ETV Bharat Odisha)

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.