thumbnail

By

Published : Aug 10, 2023, 2:08 PM IST

ETV Bharat / Videos

Watch: ଜେଲର ରିଲିଜ, ବାଣ ଫୁଟାଇ ନାଚ ଗୀତରେ ଝୁମିଲେ ଫ୍ୟାନ୍ସ

ମୁମ୍ବାଇ: ସବୁ ଅପେକ୍ଷାର ଘଟିଲା ଅନ୍ତ । ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭିନୀତ ଏହି ଫିଲ୍ମକୁ ନେଇ ସାରା ଦକ୍ଷିଣ ଭାରତରେ ବିପୁଳ ଉତ୍ସାହ ଭରି ରହିଛି । ବିଭିନ୍ନ ପ୍ରେକ୍ଷାଳୟରେ ରଜନୀକାନ୍ତଙ୍କ ଫିଲ୍ମ ଦେଖିବା ପାଇଁ ନାହିଁ ନଥିବା ଭିଡ ମଧ୍ୟ ଦେଖିବାକୁ ମିଳିଛି । ଅଧିକାଂଶ ପ୍ରେକ୍ଷାଳୟ ସାମ୍ନାରେ ଫ୍ୟାନ୍ସମାନେ ବାଣ ଫୁଟାଇ ନାଚ ଗୀତରେ ଝୁମୁଛନ୍ତି । କେହି କେହି ରଜନୀକାନ୍ତଙ୍କ ବିରାଟକାୟ ହୋର୍ଡିଂକୁ କ୍ଷୀରରେ ଗାଧୋଇ ଦେଉଛନ୍ତି ତ ଆଉ କେହି ଥାଲାଇଭାଙ୍କୁ ପୂଜା କରୁଛନ୍ତି । ବିଶେଷ କରି ମୁଥୁଭେଲ ପାଣ୍ଡିଆନଙ୍କ ପ୍ରଶଂସକମାନେ ଚେନ୍ନାଇ ରୋହିଣୀ ଥିଏଟର ସମେତ ତାମିଲନାଡୁ ପ୍ରେକ୍ଷାଳୟ ସାମ୍ନାରେ ଭିଡ ଜମିଥିବା ଦେଖିବାକୁ ମିଳିଛି । ଫିଲ୍ମଟି ଅଗ୍ରୀମ ଟିକେଟ ବୁକିଂରେ ୧୩ କୋଟି ଟଙ୍କା ସଂଗ୍ରହ କରିଛି । 

ଏହା ମଧ୍ୟ ପଢନ୍ତୁ: Jailer Release: ପରଦାକୁ ଆସିଲା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର, ଫିଲ୍ମ ଦେଖିବାକୁ ଜର୍ମାନୀରୁ ଆସିଲେ ଦମ୍ପତି

ଦୀର୍ଘ ଦେଢ ବର୍ଷ ପରେ ରଜନୀକାନ୍ତ ବଡ ପରଦାକୁ ଫେରିଛନ୍ତି । ବିଶ୍ବର ୪୦୦୦ଟି ସିନେମା ହଲରେ ଏହି ଫିଲ୍ମଟି ରିଲିଜ୍ ହୋଇଛି । ଫିଲ୍ମ 'ଜେଲର' ପାଇଁ ଚେନ୍ନାଇ ଏବଂ ବେଙ୍ଗାଲୁରୁର ଅନେକ କାର୍ଯ୍ୟାଳୟ କର୍ମଚାରୀକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି । ଏପରିକି ଆଉ କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମାଗଣାରେ ଟିକେଟ ବାଣ୍ଟୁଥିବା ମଧ୍ୟ ଜଣାପଡିଛି । ସିନେ ସମୀକ୍ଷକ ରମେଶ ବାଲାଙ୍କ ଆକଳନ ଅନୁଯାୟୀ ଫିଲ୍ମଟି କେବଳ ପ୍ରଥମ ଦିନରେ ତାମିଲନାଡୁରେ ୨୫ କୋଟି ରୋଜଗାର କରିଛି।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.