ହାଇଦ୍ରାବାଦ: ନୂଆବର୍ଷ ଆରମ୍ଭରୁ ୱାନପ୍ଲସ ଏହାର ଦୁଇଟି ସ୍ମାର୍ଟଫୋନକୁ ଲଞ୍ଚ କରି ୱାନପ୍ଲସ ଲଭରଙ୍କୁ ଉପହାର ଦେଇଛି । ଯେଉଁମାନେ ୱାନପ୍ଲସର ନୂଆ ହ୍ୟାଣ୍ଡସେଟ୍ କିଣିବାକୁ ଚାହୁଁଛନ୍ତି ସେମାନେ ଏହି ମୋବାଇଲକୁ କିଣିପାରିବେ । ଏହି ସିରିଜରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ OnePlus 13 ଓ 13Rକୁ ଲଞ୍ଚ କରିଛି । ଏହାସହିତ ଏଥିରେ 50MP କ୍ୟାମେରା ସହ ବଡ଼ 6000mAh ବ୍ୟାଟେରୀ ମଧ୍ୟ ମିଳୁଛି । ଆଉ କଣ ଖାସ ନିମ୍ନରେ ଜାଣିବା ।
OnePlus 13: ସ୍ପେଶିଫିକେସନ
- ଡିସପ୍ଲେ: ଏଥିରେ ଆପଣଙ୍କୁ 6.82-inch QHD+ (3168x1440 ପିକ୍ସେଲ) ProXDR LTPO ଡିସପ୍ଲେ, 120Hz ରିଫ୍ରେସ ରେଟ୍, 4,500 nits ପିକ୍ ବ୍ରାଇଟନେସ୍ ଓ ସେରାମିକ୍ ଗାର୍ଡ କଭର ଗ୍ଲାସ ।
- ପ୍ରୋସେସର: Adreno 830 GPU ହୋଇଥିବା କ୍ବାଲକମ୍ର Snapdragon 8 Elite ।
- କ୍ୟାମେରା: ସ୍ମାର୍ଟଫୋନ ପଛରେ ଆପଣଙ୍କୁ ତିନୋଟି କ୍ୟାମେରା ଓ ଗୋଟିଏ ଫ୍ଲାସ ଲାଇଟ୍ ମିଳିବ । 50MP Sony LYT-808 ପ୍ରାଇମେରି କ୍ୟାମେରା, 50MP Sony LYT-600 ଟେଲିଫଟୋ କ୍ୟାମେରା (3X ଅପ୍ଟିକାଲ ଜୁମ୍), 50MP ଅଲଟ୍ରା-ୱାଇଡ କ୍ୟାମେରା । ଫ୍ରଣ୍ଟ କ୍ୟାମେରା 32MP Sony IMX615ର ମିଳିବ ।
- ବ୍ୟାଟେରୀ ଓ ଚାର୍ଜିଂ: 6,000mAh ବ୍ୟାଟେରୀ, 100W SUPERVOOC (ତାରଯୁକ୍ତ). 50W AIRVOOC (ୱେୟାରଲେସ୍) ଚାର୍ଜିଂ ସପୋର୍ଟ ମିଳିବ ।
- ସଫ୍ଟୱେର: ଆଣ୍ଡ୍ରଏଡ 15 ଉପରେ ଆଧାରିତ OxygenOS 15 ଦ୍ବାରା ଚାଳିତ । ଏହାସହ 4ବର୍ଷ ଲାଗି ଆଣ୍ଡ୍ରଏଡ୍ ଅପଗ୍ରେଡ୍ ଏବଂ 6ବର୍ଷ ପାଇଁ ଆଣ୍ଡ୍ରଏଡ ଅପଡେଟ୍ ସହ ଆସିଛି ଫୋନ ।
- ସୁରକ୍ଷା ଫିଚର: ଧୂଳି ଓ ପାଣିରୁ ମୋବାଇଲ ରକ୍ଷା ପାଇବା ଲାଗି IP68/69 ରେଟିଂ ସହ ଆସିଛି ।
- ଅନ୍ୟାନ୍ୟ ଫିଚର: Wi-Fi 7, NFC, USB Type-C ପୋର୍ଟ, ଅଲ୍ଟର ସ୍ଲାଇଡର, ଅଲଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସେନ୍ସର
Level up your game with the all-new #OnePlus13 – where speed meets intelligence.
— OnePlus India (@OnePlus_IN) January 7, 2025
Get ready to redefine fast, smooth, and seamless like never before.
Sale goes live on 10th Jan!
Know more: https://t.co/RlxONBOfUG pic.twitter.com/AJdpc3qbSv
OnePlus 13R: ସ୍ପେଶିଫିକେସନ
- ଡିସପ୍ଲେ: 6.77-ଇଞ୍ଚ 1.5K (2780x1264 ପିକ୍ସେଲ) ProXDR LTPO ଡିସପ୍ଲେ, 120Hz ରିଫ୍ରେସ ରେଟ୍, 4500nits ପିକ୍ ବ୍ରାଇଟନେସ୍ ଓ ଗରିଲା ଗ୍ଲାସ 7i ପ୍ରୋଟେକ୍ସନ ।
- ପ୍ରୋସେସର: Adreno 750 GPU ହୋଇଥିବା କ୍ବାଲକମ୍ର Snapdragon 8 Gen 3
- କ୍ୟାମେରା: 50MP Sony LYT-700 ମେନ୍ କ୍ୟାମେରା, 50MP ଟେଲିଫଟୋ କ୍ୟାମେରା (2x ଅପ୍ଟିକାଲ ଜୁମ୍) ଓ 8MP ଅଲଟ୍ରା-ୱାଇଡ କ୍ୟାମେର । ସେଲ୍ଫି ପାଇଁ 16MP କ୍ୟାମେରା ।
- ବ୍ୟାଟେରୀ ଓ ଚାର୍ଜିଂ: 6,000mAh ବ୍ୟାଟେରୀ, 80W SUPERVOOC ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ ।
- ସଫ୍ଟୱେର: ଆଣ୍ଡ୍ରଏଡ 15 ଉପରେ ଆଧାରିତ OxygenOS 15 ଦ୍ବାରା ଚାଳିତ । ଏହା ମଧ୍ୟ 4ବର୍ଷ ଲାଗି ଆଣ୍ଡ୍ରଏଡ୍ ଅପଗ୍ରେଡ୍ ଏବଂ 6ବର୍ଷ ପାଇଁ ଆଣ୍ଡ୍ରଏଡ ଅପଡେଟ୍ ସହ ଆସିଛି ।
- ସୁରକ୍ଷା ଫିଚର: ଧୂଳି ଓ ପାଣିରୁ ସୁରକ୍ଷିତ ରହିବା ଲାଗି IP65 ରେଟିଂ ସହ ଆସିଛି ।
- ଅନ୍ୟାନ୍ୟ ଫିଚର: Wi-Fi 7, NFC, ଅପ୍ଟିକାଲ ଫିଙ୍ଗରପ୍ରିଣ୍ଟ ସେନ୍ସର, ଆଲର୍ଟ ସ୍ଲାଇଡର
Unleash the power of performance with the #OnePlus13R – built to keep up with your hustle, your gaming, and everything in between.
— OnePlus India (@OnePlus_IN) January 7, 2025
Sale goes live on 13 Jan.
Know more: https://t.co/vqIwB0FRuu pic.twitter.com/Rsb6CNuyR0
OnePlus 13, OnePlus 13R: ଦାମ
- ୱାନପ୍ଲସ 13 ସ୍ମାର୍ଟଫୋନର ବେସ୍ ମଡେଲ 2GB RAM ଓ 256GB ଷ୍ଟୋରେଜ ଲାଗି ଦାମ Rs 69,999 ଟଙ୍କା ରହିଛି ।
- ୱାନପ୍ଲସ 13R ସ୍ମାର୍ଟଫୋନର 12GB + 256GB ଭାରିଏଣ୍ଟ ଲାଗି Rs 42,999 ଟଙ୍କା ରହିଛି । ଏହି ଫୋନଟି ଆଉ ଏକ ଭାରିଏଣ୍ଟ ସହିତ ମଧ୍ୟ ଉପଲବ୍ଧ ।
- ଆପଣ OnePlus 13କୁ Arctic Dawn, Black Eclipse ଓ Midnight Ocean କଲର ଅପସନ ପାଇବେ । ସେହିପରି OnePlus 13R ଲାଗି Astral Trail ଓ Nebula Noir କଲର ଅପସନ ରହିବ ।
- ଜାନୁଆରୀ 10 ତାରିଖରୁ OnePlus 13ର ସେଲ୍ ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରୀ 13 ତାରିଖରୁ 13R ସ୍ମାର୍ଟଫୋନର ସେଲ୍ ଆରମ୍ଭ ହେବ ।
- ଯଦି ଆପଣ ICICI ବ୍ୟାଙ୍କ ଗ୍ରାହକ ତେବେ ଆପଣଙ୍କୁ OnePlus 13 ଉପରେ Rs 5,000 ଓ 13R ଉପରେ Rs 3,000 ଡିସକାଉଣ୍ଟ ମିଳିବ ।
ଭାରିଏଣ୍ଟ | OnePlus 13 | OnePlus 13R |
12GB + 256GB | Rs 69,999 | Rs 42,999 |
16GB + 512GB | Rs 76,999 | Rs 49,999 |
24GB + 1TB | Rs 89,999 | - |
OnePlus 13 series: ଏହାର ବିକଳ୍ପ ସ୍ମାର୍ଟଫୋନ
- ଯଦି ଆପଣ ୱାନପ୍ଲସ 13 ସିରିଜ ସ୍ମାର୍ଟଫୋନ କିଣିବାକୁ ଚାହୁଁନାହାନ୍ତି, ଏହାର ବିକଳ୍ପ ଭାବେ ଭାରତରେ ଅନ୍ୟ ବ୍ରାଣ୍ଡର ମଧ୍ୟ ମୋବାଇଲ ରହିଛି ।
- OnePlus 13 ସ୍ମାର୍ଟଫୋନ ବଦଳରେ OPPO Find X8 (Rs 69,999) ଓ iQOO 13 (Rs 54,999) ମୋବାଇଲ କିଣିପାରିବେ ।
- ସେହିପରି OnePlus 13R ସ୍ମାର୍ଟଫୋନ ବଦଳରେ Vivo V40 Pro (Rs 49,999), Xiaomi 14 Civi (Rs 42,999) ଏବଂ Realme GT 6 ( Rs 40,999) ମୋବାଇଲ କିଣିପାରିବେ ।