ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା, ହମାସକୁ କହିଲେ ରାବଣ - କଙ୍ଗନା ରାଣାୱତ
🎬 Watch Now: Feature Video


Published : Oct 25, 2023, 4:12 PM IST
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି । ଅନେକ ଦେଶ ବ୍ୟତୀତ ମନୋରଞ୍ଜନ ଜଗତର ଅନେକ ସେଲିବ୍ରିଟି ଏହା ଉପରେ ନିଜର ମତ ପ୍ରକାଶ କରିବା ସହ ଯୁଦ୍ଧ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । ଏହାରି ମଧ୍ୟରେ କଙ୍ଗନା ରାଣାୱତ ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ କଙ୍ଗନା ଦିଲ୍ଲୀରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟିଛନ୍ତି । ଏବଂ ଯୁଦ୍ଧକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ସୋସିଆଲ ମିଡିଆରେ କଙ୍ଗନା ରାଷ୍ଟ୍ରଦୂତଙ୍କ ସହ ଭେଟିବାର ଭିଡିଓ ସେୟାର କରି ଇସ୍ରାଏଲ ପାଇଁ ସମବେଦନା ଜଣାଇଛନ୍ତି ।
କଙ୍ଗନା ନିଜ ଇନଷ୍ଟାଗ୍ରାମରେ ରାଷ୍ଟ୍ରଦୂତଙ୍କ ସହ ଭେଟିବାର ଭିଡିଓ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କ ସହ ଏକ ଭାବପ୍ରବଣ ସାକ୍ଷାତ ହୋଇଥିଲା । ଆଜି ସମଗ୍ର ବିଶ୍ୱ, ବିଶେଷ କରି ଇସ୍ରାଏଲ୍ ଏବଂ ଭାରତ ଆତଙ୍କବାଦ ବିରୋଧରେ ଲଢୁଛନ୍ତି । ଗତକାଲି ଯେତେବେଳେ ମୁଁ ରାବଣ ଦହନ ପାଇଁ ଦିଲ୍ଲୀରେ ପହଞ୍ଚିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ଇସ୍ରାଏଲ୍ ଦୂତାବାସ ଆସି ସେହି ଲୋକମାନଙ୍କୁ ଭେଟିବା ଦରକାର ଯେଉଁମାନେ ଆଜିର ଆଧୁନିକ ରାବଣ ଏବଂ ହମାସ ପରି ଆତଙ୍କବାଦୀଙ୍କୁ ପରାସ୍ତ କରୁଛନ୍ତି । ଛୋଟ ପିଲା ଏବଂ ମହିଳାମାନଙ୍କୁ ଯେଉଁଭଳି ଭାବେ ଟାର୍ଗେଟ କରାଯାଉଛି ତାହା ହୃଦୟ ବିଦାରକ । ମୋର ସମ୍ପୂର୍ଣ୍ଣ ଆଶା ଅଛି ଯେ ଆତଙ୍କବାଦ ବିରୋଧରେ ଏହି ଯୁଦ୍ଧରେ ଇସ୍ରାଏଲ ବିଜୟୀ ହେବ । ତାଙ୍କ ସହ ମୁଁ ମୋର ଆଗାମୀ ଚଳଚ୍ଚିତ୍ର 'ତେଜସ୍' ଏବଂ ଭାରତର ଆତ୍ମନିର୍ଭରଶୀଳ ଯୁଦ୍ଧ ବିମାନ ତେଜସ୍ ବିଷୟରେ ଆଲୋଚନା କଲି ।
ଏହା ମଧ୍ୟ ପଢନ୍ତୁ: ପ୍ରଥମ ମହିଳା ଭାବେ ରାବଣ ଦହନ କଲେ କଙ୍ଗନା, ଜୟ ଶ୍ରୀ ରାମ ନାରାରେ ଗୁଞ୍ଜିଲା ପୁରା ଅଞ୍ଚଳ