ଭରସା ହରାଇଛି ଓଡ଼ିଆ ଇଣ୍ଡଷ୍ଟ୍ରି, ଭଲ ଷ୍ଟୋରୀ ସହ ଫିଲ୍ମ ନିର୍ମାଣ କଲେ ଲୋକେ କରିବେ ପସନ୍ଦ:ମନୋଜ ମିଶ୍ର

By ETV Bharat Odisha Team

Published : Oct 13, 2023, 8:37 PM IST

thumbnail

ରାଉରକେଲା: ରାଜ୍ୟରେ ଦଶହରାର ଆସର ଜମିବାରେ ଲାଗିଲାଣି । ଏହି ସମୟରେ ଲୋକଙ୍କୁ ମନୋରଞ୍ଜନ କରିବାକୁ ଅନେକ ଓଡ଼ିଆ ଫିଲ୍ମ ରିଲିଜ ହୋଇଛି । ସେଥି ମଧ୍ୟରେ ବହୁଚର୍ଚ୍ଚିତ ଓଡ଼ିଆ ଓ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍‌’ ଗତ 6 ତାରିଖରୁ ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି । ‘ମାଇଣ୍ଡ ଗେମ୍‌’ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ମନୋଜ ମିଶ୍ର । ବର୍ତ୍ତମାନ ସେ ନିଜ ଫିଲ୍ମକୁ ପ୍ରମୋସନ କରିବା ପାଇଁ ରାଉରକେଲା ଯାଇଛନ୍ତି । ତେବେ ମନୋଜ ମିଶ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ମୃତି ରଞ୍ଜନ ବେହେରା । ଏହି ସମୟରେ ଅଭିନେତା ନିଜ ଫିଲ୍ମ ମାଇଣ୍ଡଗେମ ସହ ଓଡିଆ ଇଣ୍ଡଷ୍ଟ୍ରିର ସ୍ଥିତି ଏବଂ ଓଡ଼ିଆ ଫିଲ୍ମର ଚାହିଦା ବିଷୟରେ ଆଲୋଚନା କରିଛନ୍ତି । 

ଓଡ଼ିଶାର ଭର୍ସାଟାଇଲ ଆକ୍ଟର ଯିଏ ଯେକୌଣସି ରୋଲକୁ ନିଜର ଆକ୍ଟିଙ୍ଗର ଯାଦୁ ମାଧ୍ୟମରେ ଜୀବନ୍ତ ଭାବରେ ପରିଣତ କରିଦିଅନ୍ତି ଏବଂ ତାଙ୍କ ନେଚୁରାଲ ଆକ୍ଟିଂଗ କୁ ନେଇ ରାଜ୍ୟରେ ଏବଂ ରାଜ୍ୟ ବାହାରେ ବହୁ ପ୍ରଶଂସା ସାଉଁଟିଛନ୍ତି ସେ ହେଉଛନ୍ତି ମନୋଜ ମିଶ୍ର । ବର୍ତ୍ତମାନ ରିଲିଜ ହୋଇସାରିଥିବା ମାଇଣ୍ଡ ଗେମକୁ ନେଇ ଅଭିନେତା କହିଛନ୍ତି । ଲୋକେ ଫିଲ୍ମକୁ ପସନ୍ଦ କରୁଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏହି ମୁଭିରେ ବଲିଉଡ ଏବଂ ଟଲିଉଡ଼ର ଆକ୍ଟରଙ୍କ ଦମଦାର ଆକ୍ଟିଙ୍ଗ କରିଛନ୍ତି । ଚଳଚ୍ଚିତ୍ରରେ ଅତୁଲ କୁଲକର୍ଣ୍ଣି, ୟଶପାଲ ଶର୍ମା, ତନିକେଲା ଭରାଣୀ ଭଳି ବଲିଉଡ ଏବଂ ଟଲିଉଡ଼ ସହ ଓଲିଉଡ ଅଭିନେତା ମନୋଜ ମିଶ୍ର ଏବଂ ଅନୁ ଚୌଧୁରୀ ସମେତ ଅନେକ ପ୍ରଖ୍ୟାତ ଓ ବିଶିଷ୍ଟ କଳାକାରଙ୍କ ଅଭିନୟ ଦମ୍‌ଦାର ରହିଛି ବୋଲି ମନୋଜ ମିଶ୍ର କହିଛନ୍ତି । ଅଭିନେତା ଅତୁଳ କୁଲକର୍ଣ୍ଣି ତାଙ୍କର କ୍ଲାସିକ ଆକ୍ଟିଂ ମାଧ୍ୟମରେ ଫିଲ୍ମକୁ ଆହୁରି ରୋଚକ କରିଛି ବୋଲି କହିଛନ୍ତି ମନୋଜ । ତେବେ ଏହା ଆମର କାହାଣୀ ଆମ ରାଜ୍ୟର କାହାଣୀ ହୋଇଥିବାରୁ ଲୋକେ ଏହାକୁ ବେଶ ପସନ୍ଦ କରିବା ସହ ରାଜ୍ୟ ବାହାରେ ମଧ୍ୟ ଫିଲ୍ମକୁ ଲୋକେ ଦେଖିବେ ବୋଲି କହିଛନ୍ତି ।

ସେହିପରି ଓଡ଼ିଆ ଇଣ୍ଡଷ୍ଟ୍ରିରେ ଓଡିଆ ଇଣ୍ଡଷ୍ଟ୍ରିର ସ୍ଥିତି ଏବଂ ଓଡ଼ିଆ ଫିଲ୍ମର ଚାହିଦା ବିଷୟରେ ସେ କହିଛନ୍ତି । ଓଡ଼ିଆ ସିନେମାକୁ ଲୋକଙ୍କ ପସନ୍ଦ କମିଯିବାର ମୂଳ କାରଣ ହେଉଛି ଓଡ଼ିଆ ମୁଭିର ଟେଷ୍ଟ ଆଉ ଲୋକଙ୍କୁ ପସନ୍ଦ ଆସୁନାହିଁ । ଫଳରେ ଲୋକଙ୍କ ଇଣ୍ଡଷ୍ଟ୍ରି ପ୍ରତି ଭରସା ଉଠିଯାଇଛି ଏବେ ଲୋକେ ଓଡ଼ିଆ ଫିଲ୍ମ ଦେଖୁନାହାନ୍ତି । କାରଣ ବର୍ତ୍ତମାନ ଯେଉଁଭଳି କଣ୍ଟେଣ୍ଟ ସମସ୍ତ ଲୋକଙ୍କୁ ଏବଂ ଖାସ କରି ଯୁବ ପିଢ଼ିକୁ ପସନ୍ଦ ଆସୁଛି ସେହିଭଳି କଣ୍ଟେଣ୍ଟ ବା ଷ୍ଟୋରୀ ଆଦି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକଙ୍କୁ ଯୋଗାଇ ପାରୁନାହିଁ । ତେଣୁକରି ଲୋକେ ଆଉ ଓଡ଼ିଆ ଫିଲ୍ମ ଦେଖିବାକୁ ଚାହୁଁ ନାହାନ୍ତି । ରାଜ୍ୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଖରେ ବହୁତ ସ୍କୋପ ରହିଛି ଫିଲଡ଼ ରହୁଛି କିନ୍ତୁ ନିର୍ମାତା ମାନେ ପଛଘୁଞ୍ଚା ଦେଉଛନ୍ତି । ତେବେ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଏକ ପ୍ରୋସେସ ଦେଇ ଗତି କରିବାକୁ ପଡିବ ଭଲ ଷ୍ଟୋରୀ, ରିଏଲିଷ୍ଟିକ ଆକ୍ଟିଂ, ଭଲ ଆକର୍ଷଣୀୟ କଣ୍ଟେଣ୍ଟ ଏବଂ କଳା ସଂସ୍କୃତିକୁ ନେଇ ଫିଲ୍ମ ତିଆରି କରି ଲୋକଙ୍କ ଭରସା ଫେରାଇ ଆଣିବାକୁ ପଡିବ । 

ଏହା ମଧ୍ୟ ପଢନ୍ତୁ: ନୂଆ କଣ୍ଟେଣ୍ଟ ଏବଂ ନିଜସ୍ୱ ଫିଲ୍ମ କରିବାକୁ ଭୟ କରୁଛି ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି: ମନୋଜ ମିଶ୍ର

ଭଲ ମୁଭି ତିଆରି କଲେ ଦିନେ ନା ଦିନେ ଲୋକେ ପୁଣି ଫେରି ଓଡ଼ିଆ ଫିଲ୍ମ ଦେଖିବେ ବୋଲି କହିଛନ୍ତି ମନୋଜ ମିଶ୍ର । ତେବେ ଓଲିଉଡ ବର୍ତ୍ତମାନ ଷ୍ଟ୍ରଗଲ କରୁଛି ଏବଂ ଯେବେଯାଏ ଆମେ ଆମ ଓଡ଼ିଆ ଫିଲ୍ମକୁ ନିଜ ଫିଲ୍ମ ଏବଂ ସାରା ଦେଶରେ ଏହା କିପରି ଚର୍ଚ୍ଚା ହୋଇପାରିବ ଏବଂ ସାରା ଦେଶରେ ଲୋକେ କିଭଳି ଏହାକୁ ଆଦୃତ କରିବେ ତାହା ନେଇ ଆଗେଇ ଆସିବାକୁ ପଡିବ ବୋଲି ମଧ୍ୟ କହିଛନ୍ତି ଅଭିନେତା ମନୋଜ ମିଶ୍ର । ତେବେ ବର୍ତ୍ତମାନ ମାଇଣ୍ଡ ଗେମ ଭଳି ୟୁନିକ ଫିଲ୍ମ ପରେ ଆଗାମୀ ଡିସେମ୍ବର ମାସରେ ମନୋଜ ମିଶ୍ର ଙ୍କ ଦ୍ଵାରା ଅଭିନୀତ ଓଡ଼ିଶାର ଲୋକ ସଂସ୍କୃତି ଏବଂ ପରମ୍ପରାକୁ ନେଇ ନୂଆ ଫିଲ୍ମ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଏବଂ ଏହି ଫିଲ୍ମ ନିଶ୍ଚିତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଟ୍ରେଡ଼ମାର୍କ ସେଟ କରିବ ବୋଲି ଆଶାବାଦୀ ଅଛନ୍ତି ମନୋଜ ମିଶ୍ର । 


ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.