thumbnail

By

Published : May 6, 2023, 9:58 PM IST

ETV Bharat / Videos

ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଡୁଡା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଗିରଫ

କୋରାପୁଟ: ଜିଲ୍ଲାର ସହରାଞ୍ଚଳ ଉନ୍ନୟନ ସଂସ୍ଥାର ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ସଂସ୍ଥାର ଆକାଉଣ୍ଟାଣ୍ଟ ଗିରଫ। ଗିରଫ ଆକାଉଣ୍ଟାଣ୍ଟ ହେଉଛନ୍ତି  ଆଶିଷ କୁମାର। କୋରାପୁଟ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସହରାଞ୍ଚଳ ଉନ୍ନୟନ ସଂସ୍ଥାର  ୪ ଜଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜାଲ ଦସ୍ତଖତ୍ କରି ୨୫ ଲକ୍ଷ ୮୮ ହଜାର ୨୩୦ ଟଙ୍କା ହଡପ କରିଥିଲେ ଆଶିଷ କୁମାର। ୨୦୨୧ ଅକ୍ଟୋବର ମାସରୁ ଚଳିତ ବର୍ଷ ମେ ମାସ ମଧ୍ୟରେ ସେ ଏହି ଟଙ୍କା ହଡପ କରିଥିଲେ। କୋରାପୁଟ ଉନ୍ନୟନ ଅଧିକାରୀ ଏନେଇ  ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଅଭିଯୁକ୍ତକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସଡିପିଓ ମନୋଜ ପୁଝାରୀ। ଗିରଫ ଅଭିଯୁକ୍ତଙ୍କ ଜୟପୁର ମହାରାଣିପେଟା ଘରୁ ୭ ଟି ପାସବୁକ ,୨ଟି ଡେବିଟ କାର୍ଡ, ଗୋଟିଏ କାର ସହ ଗୋଟିଏ ମୋଟର ସାଇକେଲ ଗାଡି , ମୋବାଇଲ ଓ ବହୁ ଆପତ୍ତିଜନକ ଦସ୍ତାବିଜ ଜବତ କରିଛି ପୋଲିସ।  ଏଥିସହ ୧ଲକ୍ଷ ୮୯ ହଜାର ଟଙ୍କା ମଧ୍ୟ ଜାବତ କରାଯାଇଛି।  

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.