Chandrayaan 3 ସଫଳତା ପାଇଁ ଗୀତ ଗାଇ ଭାରତୀୟଙ୍କୁ ଉତ୍ସାହିତ କଲେ କୈଳାସ ଖେର - ଗୀତ ଗାଇ ଭାରତୀୟଙ୍କୁ ଉତ୍ସାହିତ କଲେ କୈଳାସ ଖେର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/23-08-2023/640-480-19339081-thumbnail-16x9-k.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 23, 2023, 5:49 PM IST
ହାଇଦ୍ରାବାଦ: ଆଜି ଇତିହାସ ରଚିବ ଭାରତ । ଆଉ କିଛି ସମୟର ଅପେକ୍ଷା । ଚନ୍ଦ୍ରଯାନ 3 ଲ୍ୟାଣ୍ଡିଂର ଐତିହାସିକ ମୁହୁର୍ତ୍ତକୁ ଚାହିଁ ରହିଛନ୍ତି ଭାରତବାସୀ । ଏହି ପରିପ୍ରେକ୍ଷୀରେ ବି ଟାଉନରୁ ଶୁଭେଚ୍ଛା ସହ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ଆସୁଥିବା ବେଳେ ବର୍ତ୍ତମାନ ବଲିଉଡ ପ୍ରସିଦ୍ଧ କଣ୍ଠଶିଳ୍ପୀ କୈଳାସ ଖେର ପ୍ରତିକ୍ରିୟା ଦେଇଛନ୍ତି । ଗାତ ଗାଇ ସେ ଭାରତୀୟଙ୍କୁ ଉତ୍ସାହିତ କରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ କୈଳାସ ବୈଜ୍ଞାନିକଙ୍କୁ ନିଜ ଗୀତ ମାଧ୍ୟମରେ ଉତ୍ସାହିତ କରିଥିଲେ । ତେବେ ଆଜି ANI ସହ ସାକ୍ଷାତକାରରେ କଣ୍ଠଶିଳ୍ପୀ କୈଳାସ ଖେର୍ ଚନ୍ଦ୍ରଯାନ-3ର ସଫଳତା ନେଇ କଥାବାର୍ତ୍ତା କରିଛନ୍ତି। ସେ ଏହି ସମୟରେ ଭାରତୀୟମାନଙ୍କ ପାଇଁ ଏକ ଗୀତ ଉତ୍ସର୍ଗ କରିଛନ୍ତି। ଇଣ୍ଡିଆ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ମିଶନ୍ ଉପରେ ଭାରତୀୟ ସେଲିବ୍ରିଟିମାନେ ଉତ୍ସାହ ପ୍ରକାଶ କରିଛନ୍ତି ଏବଂ ଏହାକୁ ଭାରତ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ସେ ଭାରତୀୟଙ୍କୁ ଉତ୍ସାହିତ କରି ଏହି ଗୀତ ଗାଇଛନ୍ତି, 'ତୁ ଜୋ ଚାହଲେ ଅଗର, କଦମୋ ମେ ତେରେ ହୋ ଶିଖର, ତୁ ଖୁଦ ପର ଏକିନ କର, ଜବ ଏକ ହି ମିଲି ହେ ଜିନ୍ଦେଗୀ, ତୁ ସୋଚ ମତ, ଚାହେ ଆର ହୋ ୟା ପାର୍ ହୋ'.... ଏହାର ଅର୍ଥ ତୁ ଚାହିଁବୁ ଯଦି ଶୀଖରରେ ପାଦ ରଖିପାରିବୁ । ଯେବେ ଏହି ଗୋଟିଏ ଜୀବନ ମିଳିଛି ତୁ ନିଜ ପରେ ଭରସା ରଖେ ଆଉ ଭାବନା ହେଉ କି ନ ହେଉ ଆଗକୁ ବଢ଼ିଚାଲେ । ଏହା ଭାରତବାସୀଙ୍କ ପାଇଁ ଗୌରବର କଥା। ଏଥିସହ ଭାରତୀୟ ବୈଜ୍ଞାନିକଙ୍କ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ସେମାନେ ଧୈର୍ଯ୍ୟର ସହ ଉଦ୍ୟମ ଜାରି ରଖିଥିବାରୁ ମୁଁ ସେମାନଙ୍କୁ ପ୍ରଣାମ କରୁଛି । ଭାରତବାସୀଙ୍କୁ ଏହି ଗର୍ବର ମୁହୁର୍ତ୍ତରେ ଶୁଭେଚ୍ଛା ଜଣାଉଛି।
ଏହା ମଧ୍ୟ ପଢନ୍ତୁ: କାଉଣ୍ଟଡାଉନ ଆରମ୍ଭ, Chandrayaan 3 ସଫଳତା ପାଇଁ ୱିସ୍ ମାଗିଲେ ରିତେଶ ଦେଶମୁଖ