thumbnail

By ETV Bharat Odisha Team

Published : Dec 20, 2023, 4:57 PM IST

ETV Bharat / Videos

ଭୁବନେଶ୍ବରରେ ବଲିଉଡ ଅଭିନେତା ଗୁଲସନ ଗ୍ରୋଭର, ଜୟଦେବ ଗୌରବ ସମ୍ମାନରେ ହେବେ ସାମିଲ

ଭୁବନେଶ୍ବର: ଓଡ଼ିଶା ଆସିଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତା ଗୁଲସନ ଗ୍ରୋଭର । ସେ ଜୟଦେବ ଗୌରବ ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଏଠାକୁ ଆସିଛନ୍ତି । ଆଜି ଅଭିନେତା ଭୁବନେଶ୍ବର ପହଞ୍ଚିଥିବା ବେଳେ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏହି ସମୟରେ ସେ ଓଡିଶା ଆସିବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏବଂ କହିଛନ୍ତି, 'ଓଡ଼ିଶା ଆସି ମୋ ଦିଲ୍ ଗାର୍ଡେନ ଗାର୍ଡେନ ହୋଇଯାଇଛି ।'

ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସେ ପ୍ରଥମେ ବିମାନ ବନ୍ଦରରେ ପହଁଚି ଜୟ ଜଗନ୍ନାଥ କହିଥିଲେ । ଆଉ ନିଜର ଦମଦାର ଖଳନାୟକ ଅନ୍ଦାଜରେ 'ମୁଁ ଓଡ଼ିଶାକୁ ଆସି ମୋ ଦିଲ ଗାର୍ଡେନ ଗାର୍ଡେନ ହୋଇଯାଇଛି' ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଓଡ଼ିଶା ଆସିଲେ ଭୁବନେଶ୍ବର ଓ ପୁରୀ ଯିବାକୁ ଭଲପାଏ । ଏହି ଦୁଇ ସହର ବେଶ ସୁନ୍ଦର ହୋଇଥିବା ବେଳେ ଓଡ଼ିଶା ମୋତେ ବେଶ ଭଲ ଲାଗେ । ଏଠାକାର ଅନୁଭବ ମୋତେ ବେଶ ଆନନ୍ଦ ମିଳେ । ଏଠାକାର ଲୋକମାନଙ୍କର ଭଲପାଇବା ଓ ଉତ୍ସାହ ବେଶ ନିଆରା । ଯାହା ମୋ ମନକୁ ଓଡ଼ିଶାକୁ ଟାଣିଥାଏ । ମୁଁ ଓଡିଶା ଆସି ପ୍ରାୟ ଓଡ଼ିଆ ଲୋକଙ୍କ ସହ ୨୦୦ ଫଟୋ ମୁଁ ଉଠାଇଛି ବୋଲି କହିଛନ୍ତି ।'

ଏହା ମଧ୍ୟ ପଢନ୍ତୁ: ଓଡିଶା ଆସୁଛନ୍ତି ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ, ଜୟଦେବ ଗୌରବ ସମ୍ମାନରେ ହେବେ ସାମିଲ

ସୂଚନା ଥାଉ କି, ତେବେ ବଲିଉଡରେ ଲୋକପ୍ରିୟ ଖଳନାୟକ ଭାବେ ବେଶ ସଫଳତା ହାସଲ କରିଛନ୍ତି ଗୁଲସନ ଗ୍ରୋଭର । ଦୀର୍ଘ ଦିନ ଧରି ସେ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ଦ୍ବାରା ଲୋକଙ୍କ ମନ ଜିତିଥିବା ବେଳେ ଘରେ ଘରେ ସେ ବେଶ ପରିଚିତ । ତେବେ ସେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ଅନୁଷ୍ଠିତ ହେବାକୁ ଥିବା ଜୟଦେବ ଗୌରବ ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଯାହା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୨ ଯାଏଁ ଚାଲିବ । ତେବେ ଏହି କାର୍ଯ୍ୟକ୍ରମରେ ଅଭିନେତା ସୁନୀଲ ଶେଟ୍ଟୀ ମଧ୍ୟ ତାଙ୍କ ସହ ଯୋଗ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.