Odisha Train Tragedy: ରକ୍ତଦାନ କଲେ ଓଲିଉଡ ସେଲିବ୍ରିଟି

By

Published : Jun 5, 2023, 5:35 PM IST

thumbnail

ଭୁବନେଶ୍ବର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣା। ଗତ 2ତାରିଖରେ ହୋଇଥିବା ଏହି ଟ୍ରେନ ଦୁର୍ଘଟଣାରେ 275ଜଣଙ୍କ ମୃତ୍ୟୁବରଣ କରିଥିବା ବେଳେ 1ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।  ବିଭିନ୍ନ ମେଡିକାଲରେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି । ଏହି ପରିସ୍ଥିତିରେ ଏହି ଘଟଣାର ସମ୍ମୁଖୀନ ହୋଇଥିବା ପରିବାର ଏବଂ ଲୋକଙ୍କ ପ୍ରତି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସିନେ ତାରକା ସାହାଯ୍ୟର ହାତ ବଢାଇଛନ୍ତି। ତେବେ ଆହତ ବ୍ୟକ୍ତିଙ୍କୁ ଏଭଳି ସମୟରେ ରକ୍ତର ମଧ୍ୟ ଆବଶ୍ୟକତା ରହିଛି । 

ଏନେଇ ଜାତି ଧର୍ମ ବର୍ଣ୍ଣ ଭୁଲି ମଣିଷତ୍ୱର ପରିଚୟଦେଇ ରକ୍ତଦାନ କରିବାକୁ ଆହ୍ୱାନ ଦେଇଛନ୍ତି ଓଲିଉଡ ତାରକା। ହାଇଟେକ ହସପିଟାଲରେ ରକ୍ତଦାନ ପାଇଁ କ୍ୟାମ୍ପ କରାଯାଇଥିବା ବେଳେ ଓଡ଼ିଆ ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କ ଫ୍ୟାନ୍ସ ମାନେ ସ୍ୱତଃ ରକ୍ତଦାନ କରିଛନ୍ତି । ବାବୁଶାନଙ୍କ ସମେତ ଅଭିନେତ୍ରୀ ଶିବାନୀ ସୂର୍ଯ୍ୟମୟୀ, ଶିବାନୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରକ୍ତଦାନ କରିବାକୁ ଆହ୍ବାନ କରିଛନ୍ତି। ଟିମ ମାଲ୍ୟଗିରି ପକ୍ଷରୁ ଏହି ରକ୍ତଦାନ କ୍ୟାମ୍ପ ର ଆୟୋଜନ ହୋଇଥିଲା। ଏଥିରେ ପାଖାପାଖି ୬୦ ୟୁନିଟ ର ରକ୍ତ ସଂଗ୍ରହ କରିଛନ୍ତି ଆଉ ଆଗକୁ ଅଧିକା ସଂଗ୍ରହ ହେବ ବୋଲି ଅଭିନେତା ବାବୁସାନ କହିଛନ୍ତି। ଅନ୍ୟପଟେ ଏହି ରକ୍ତଦାନ ଶିବିରରେ ସାଧାରଣ ବର୍ଗଙ୍କ ଠାରୁ ଆରମ୍ଭ କରି ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ରକ୍ତଦାନ କରିଛନ୍ତି। ଏଠାରେ ରକ୍ତଦାନ ପରେ ଅଭିନେତ୍ରୀ ଶିବାନୀ କହିଛନ୍ତି ଜାତି ଧର୍ମ ବର୍ଣ୍ଣ ଭୁଲି ମଣିଷପଣିଆର ବା ମଣିଷତ୍ୱ ର ପରିଚୟର ଦେଖାଇ ଦୁଃଖଦ ଓ ଭୟଙ୍କର ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କର ଚିକିତ୍ସା ପାଇଁ ରକ୍ତଦାନ କରନ୍ତୁ । ସମସ୍ତେ ଆସନ୍ତୁ ଆଉ ରକ୍ତଦାନ କରି ଏକ ମୂଲ୍ୟବାନ ଜୀବନ ବଞ୍ଚନ୍ତୁ ବୋଲି କହିଛନ୍ତି ଶିବାନୀ । 

ସେହିପରି ଅଭିନେତ୍ରୀ ସୂର୍ଯ୍ୟମୟୀ କହିଛନ୍ତି ଏଭଳି ଦୁଃଖଦ ଘଟଣାରେ ଯେଉଁ ପରିବାର ତାର ଆତ୍ମୀୟସ୍ଵଜନଙ୍କୁ ହରାଇଛନ୍ତି ସେମାନଙ୍କୁ ଭଗବାନ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ । ଆମେ ତ ସେମାନଙ୍କ ଦୁଃଖକୁ କମ କରିପାରିବ ନାହିଁ ହେଲେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ କିଛି ଯୋଗଦାନ ଦେଇପାରିଲେ ବା ରକ୍ତଦାନ କରି ସେମାନଙ୍କ ଚିକିତ୍ସାରେ ସାହାଯ୍ୟ କରିପାରିବ ବୋଲି କହିଛନ୍ତି ଅଭିନେତ୍ରୀ । ଏହାସହ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ଏହି ଛୋଟ ଯୋଗଦାନ ସେମାନଙ୍କ କାର୍ଯ୍ୟରେ ଲାଗୁ ଏବଂ ତାଙ୍କୁ ଭଗବାନ ସାହା ହୁଅନ୍ତୁ ସମସ୍ତେ ସୁସ୍ଥ ହୋଇ ଶୀଘ୍ର ଘରକୁ ଫେରନ୍ତୁ ବୋଲି କହିଛନ୍ତି ଅଭିନେତା ଏବଂ ଅଭିନେତ୍ରୀ ।

ଇଟିଭି ଭାରତ, ଭୁବନେଶ୍ୱର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.