ପୁଣି ମୁହଁ ଖୋଲିଲେ ମନୋଜ ମିଶ୍ର, କହିଲେ- 'ମୋତେ ମାନସିକ ନିର୍ଯାତନା ଦେବା ବନ୍ଦ କର'

By ETV Bharat Odisha Team

Published : Nov 1, 2023, 2:14 PM IST

thumbnail

ଭୁବନେଶ୍ୱର: ଥମିବାର ନାଁ ନେଉନି ଓଲିଉଡ କଳି । ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ବ୍ୟାନ ଘଟଣା ଦିନକୁ ଦିନ ତ୍ରୀବ ହେବାରେ ଲାଗିଛି । ଗତକାଲି ଉତ୍କଳ ସିନେ ଚାମ୍ବର୍ସ ଆଣ୍ଡ କମର୍ସ ଏକ ସାମ୍ବାଦିକ ସମ୍ମିଳନୀ କରି ମନୋଜଙ୍କ ବ୍ୟାନ ଉଠାଯିବ ନାହିଁ ବୋଲି କହିଥିଲା । ଏବଂ ଏହି ସମୟରେ ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି ମନୋଜ ନିଜେ ଏହାର ସମାଧାନ କରିବାକୁ ଚାହୁଁନାହାନ୍ତି । ତାଙ୍କୁ ବ୍ୟାନ କରିବା ନିଷ୍ପତି ଆମ ସମସ୍ତଙ୍କର । ଏଭଳି ଅନେକ ଅଭିଯୋଗ ପରେ ବର୍ତ୍ତମାନ ଜ୍ୟୋତି ରଞ୍ଜନ ମହାନ୍ତିଙ୍କ ଉପରେ ବର୍ଷିଛନ୍ତି ମନୋଜ ମିଶ୍ର । ପ୍ରଯୋଜକ ଜ୍ୟୋତି ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ,"ଆପଣ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି । ଆପଣମାନେ ମୋତେ ଆପଣଙ୍କଠାରୁ ଅଲଗା କରିଦେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ: UCC

ସେ ଆହୁରି କହିଛନ୍ତି,  ମୁଁ ଅଲଗା ହୋଇନି ମୁଁ ଓଡ଼ିଶାର ସିନେମାର ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏବେବି ସ୍ୱର ଉଠାଉଛି । ଆପଣ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି । ଦୟାକରି ଆଉ ଦିଅନ୍ତୁନି । କାରଣ ମୁଁ କେବେ ବି ଓଡ଼ିଶାର ଭାଗ ଚାହୁଁନି । ମୁଁ ୱେବ୍‌ ସିରିଜ କରିଛି ବୋଲି କହୁଛନ୍ତି । କିନ୍ତୁ ଏହା ମୁଁ କରୁନାହିଁ । ଆପଣ ଆମ ସିନେମାର ସଂସ୍କୃତି ଓ ଇତିହାସ ମୁଁ ଜାଣି ନାହିଁ ବୋଲି କହୁଛନ୍ତି । ଆପଣ କଣ ଜାଣିଛନ୍ତି ମୋ ବିଷୟରେ । ଆପଣମାନଙ୍କ ସମସ୍ତ କମେଣ୍ଟ ଓଡ଼ିଶାବାସୀ ଦେଖୁଛନ୍ତି । ଆଜି ଓଡ଼ିଶାବାସୀ ମୋ ସହ ଅଛନ୍ତି । ତାହାର ଅର୍ଥ ସେମାନେ ମୋତେ ଦେଖିଛନ୍ତି । ମୋ କଥାକୁ ବିଶ୍ବାସ କରୁଛନ୍ତି । ଓଡ଼ିଶାବାସୀଙ୍କ ସାଥ ଦିଅନ୍ତୁ । ମୋର ଦେବା ଦରକାର ନାହିଁ । ମୁଁ ବିଶ୍ୱାସ କରୁଛି ସବୁ ବିବାଦର ଊର୍ଦ୍ଧ୍ୱରେ ଯାଇ ଓଡ଼ିଆ ସିନେମା ପାଇଁ କାମ କରିବା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.