ସୁନା ଦୋକାନୀଙ୍କୁ ଗୁଳିମାଡ଼, ଛଡାଇ ନେଲେ ସୁନା ଭର୍ତ୍ତି ବ୍ୟାଗ - Firing on gold shop keeper
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10901410-thumbnail-3x2-firing.jpg)
ସୁନ୍ଦରଗଡ଼: ଜିଲ୍ଲାର ବଡଗାଁ ଥାନା ନିକଟରେ ଥିବା ନ୍ୟୁ ମା ମଙ୍ଗଳା ଜୁଏଲାରୀ ମାଲିକ ରୋହିତ ବର୍ମା(26)ଙ୍କୁ ଗୁଳିମାଡ ହୋଇଛି । ଲୁଟେରାମାନେ ଗୁଳିକାଣ୍ଡ ଘଟାଇ ରୋହିତଙ୍କଠାରୁ ସୁନା ଭର୍ତ୍ତି ବ୍ୟାଗ ଲୁଟ କରିଛନ୍ତି । ତେବେ ଏହି ଗୁଳିକାଣ୍ଡରେ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ସରୋଜ ଦାସ(72) ଗୁରୁତର ହୋଇଛନ୍ତି । ସକାଳ ପ୍ରାୟ ସାଢେ ନଅଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି । ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ରୋହିତଙ୍କ ଉପରେ ଗୁଳି ମାଡ କରି ଏହି ଘଟଣା ଘଟାଇଛନ୍ତି । ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ମନୋଜ କାବୁ କରିବାକୁ ଚେଷ୍ଟା କରୁଥିବା ସମୟରେ ଅପରାଧୀମାନେ ତାଙ୍କୁ ମଧ୍ୟ ଗୁଳି ମାଡ କରି ଫେରାର ହୋଇଯାଇଛନ୍ତି ।