ସାମାନ୍ୟ ବଚସାରୁ ସହପାଠୀର ଛୁରାମାଡରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର - 10th student
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10856997-thumbnail-3x2-attck.jpg)
ଗଞ୍ଜାମ: ଥଟ୍ଟାମଜା ଟାହି ଟାପରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରାମାଡ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିନ ବଡବୋରସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଛୁରମାଡ କରିଛି। ଛାତ୍ର ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇ ଥିବାବେଳେ ଆକ୍ରମଣ କରିଥିବା ଛାତ୍ରକୁ ସ୍କୁଲରେ ଅଟକ ରଖାଯାଇଛି। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଆଜି(ବୁଧବାର) ସକାଳେ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀମାନେ ନିଜ ନିଜର ଶ୍ରେଣୀ କକ୍ଷକୁ ଯାଇଥିଲେ। ଏହି ସମୟରେ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅମିତ କୁମାର ନାୟକ ତାର ସହପାଠୀ ଶୁଭମ ଭୋଳ ସହ ଟାହି ଟାପରାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଶୁଭମ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ଅମିତକୁ ଆକ୍ରମଣ କରିଥିଲେ।