Lok Sabha: ଆଦିବାସୀଙ୍କ ସମସ୍ୟା ନେଇ ସଂସଦରେ ବର୍ଷିଲେ ସପ୍ତଗିରି - ଆଦିବାସୀଙ୍କ ସମସ୍ୟା ନେଇ ସଂସଦରେ ବର୍ଷିଲେ ସପ୍ତଗିରି
🎬 Watch Now: Feature Video
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଲୋକସଭାରେ ଅନୁସୂଚିତ ଜାତି ଜନଜାତି ସଂଶୋଧନ ବିଲ 2022 ପାରିତ କରିଛନ୍ତି । ବିଲକୁ ନେଇ ଦୀର୍ଘ ଘଣ୍ଟା ଧରି ଆଲୋଚନା ପର୍ଯ୍ୟାଲୋଚନା, ତର୍କ ବିତର୍କ ଜାରି ରହିଥିଲା । ସମସ୍ତ ଦଳ ଭିନ୍ନ ଭିନ୍ନ ପ୍ରସ୍ତାବ ଦେବା ସହ ବିଲକୁ ସମର୍ଥନ କରିଥିଲେ । ତେବେ ଏହି ବିତର୍କ ବେଳେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଆଦିବାସୀଙ୍କ ଅଧିକାର, କ୍ଷମତା, ବିକାଶ, ଜଙ୍ଗଲ, ଜମି, ପ୍ରାକୃତିକ ସମ୍ପଦରୁ କିଭଳି ଆଦିବାସୀଙ୍କୁ ବେଦଖଲ କରାଯାଉଛି ସେନେଇ ବର୍ଷିଥିଲେ । ଏହାସହ ବର୍ତ୍ତମାନ ସରକାର କେବଳ ନିର୍ବାଚନ ପାଇଁ ସଂଶୋଧନ ଆଣୁଥିବା ଅଭିଯୋଗ କରିବା ସହ ଆଦିବାସୀଙ୍କ ଉନ୍ନତି ପାଇଁ ଏକ ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି କରିଥିଲେ । ଦେଖନ୍ତୁ ସଂଶୋଧନ ବିଲକୁ ସମର୍ଥନ କରି କଣ କହୁଛନ୍ତି ସପ୍ତଗିରି ।
Last Updated : Feb 3, 2023, 8:21 PM IST