ଏବେ ଠୁ ଡରାଇଲାଣି ଶୀତ, ଆଗକୁ ହେବ ଅସମ୍ଭାଳ - winter
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9371031-thumbnail-3x2-winter.jpg)
ଭୁବନେଶ୍ବର: ଏବେଠୁ ଡରାଇଲାଣି ଶୀତ । କାର୍ତ୍ତିକ ମାସ ନ ପଶୁଣୁ ଆରମ୍ଭ ହୋଇଯାଇଛି ଶୀତ ଲହରୀ । ଧୀରେ ଧୀରେ ପାରଦ ଖସୁଥିବାବେଳେ ବଢୁଛି ଶୀତ । ତେବେ ଚଳିତ ବର୍ଷ ଜାଡରେ ଥରିବ ସାରା ଓଡିଶା । ମୌସୁମୀ ଫେରିଥିବା ବେଳେ ରାଜ୍ୟକୁ ଛୁଇଁଛି ଶୀତ । ଏଥର ପ୍ରଶାନ୍ତ ମହାସାଗରରେ ଲଲିନାର ପ୍ରଭାବରେ ସର୍ବନିମ୍ନ ରହିବ ତାପମାତ୍ରା । ଫଳରେ ପ୍ରବଳ ଶୀତ ଅନୁଭୂତ ନେଇ ପୂର୍ବାନୁମାନ ହୋଇଛି । ଆଜି 6 ଟି ରାଜ୍ୟରେ ତାପମାତ୍ରା 20 ଡିଗ୍ରୀ ତଳେ ରହିଛି । ସବୁଠାରୁ କମ୍ ସୋନପୁର ଜିଲ୍ଲାର 12.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ବର ଓ କଟକରେ ତାପମାତ୍ରା 19 ଓ 20 ଡିଗ୍ରୀ ରହିଛି ।