ଦାୟିତ୍ବ ନେଲେ ଦ୍ୱୈତନଗରୀର 2 ଡିସିପି

By

Published : Jan 2, 2021, 8:55 PM IST

thumbnail
ଭୁବନେଶ୍ବର: ଦାୟିତ୍ବ ନେଇଛନ୍ତି ଉଭୟ କଟକ ଓ ଭୁବନେଶ୍ବରର 2 ଡିସିପି । କଟକର ନୂତନ ଡିସିପି ଭାବେ ପ୍ରତୀକ ସିଂହ ଏବଂ ଭୁବନେଶ୍ବର ଡିସିପି ଭାବେ ଉମାଶଙ୍କର ଦାସଙ୍କୁ ପୋଲିସ ସେବା ଭବନରେ ପୋଲିସ କମିଶନରଙ୍କ ଉପସ୍ଥିତିରେ ପୂର୍ବତନ ଡିସିପି ଅନୁପ କୁମାର ସାହୁ ଓ ଅଖିଳେଶ୍ବର ସିଂ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ତେବେ ୨୦୦୮ ବ୍ୟାଚର ଆଇପିଏସ ଉମାଶଙ୍କର ଦାସଙ୍କ ପାଇଁ ଭୁବନେଶ୍ବରରେ ଲ ଆଣ୍ଡ ଅର୍ଡର, ସଂଗଠିତ ଅପରାଧ ,ରାଜନୈତିକ ବିକ୍ଷୋଭ ଓ ସାଇବର ଅପରାଧ ମୁକାବିଲା ବଡ ଚ୍ୟାଲେଞ୍ଜ ରହିବ । ସେହିପରି ପୂର୍ବରୁ କଟକରେ ସଂଗଠିତ ଅପରାଧ, ଗ୍ୟାଙ୍ଗୱାର ଓ ଅପରାଧିଙ୍କ ଗତିବିଧି ନିୟନ୍ତ୍ରଣ ସହ ଇଣ୍ଟରନାସନାଲ ଇଭେଣ୍ଟ ଅର୍ଗାନାଇଜ 2014 ବ୍ୟାଚର ଆଇପିଏସ ପ୍ରତୀକ ସିଂଙ୍କ ପାଇଁ ଚ୍ୟାଲେଞ୍ଜିଂ କାମ ରହିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.