ସ୍ୟାଣ୍ଡ ଆନିମେସନରେ ଋଷି ଓ ଇର୍ଫାନ୍ଙ୍କୁ ଶ୍ରଦ୍ଧାଞ୍ଜଳି - ଋଷି ଓ ଇର୍ଫାନ୍ଙ୍କୁ ଶ୍ରଦ୍ଧାଞ୍ଜଳି
🎬 Watch Now: Feature Video

ବ୍ରହ୍ମପୁର/ପୁରୀ: ଗତ ଦୁଇ ଦିନ ମଧ୍ୟରେ ବଲିଉଡ୍କୁ ଲାଗିଛି ଦୁଇଟି ଶକ୍ତ ଧକ୍କା । ଦୁଇ ପ୍ରସିଦ୍ଧ ଅଭିନେତା ଇର୍ଫାନ୍ ଖାନ୍ ଓ ଋଷି କପୁରଙ୍କୁ ହରାଇ ଶୋକର ଛାୟାରେ ରହିଛି ସିନେ ଜଗତ । ଏପରି ସ୍ଥିତିରେ ସ୍ୟାଣ୍ଡ ଆନିମେସନରେ ଉଭୟ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ମହାରଣା । ସେହିପରି ପୁରୀର ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ସ୍ୟାଣ୍ଡ ଆନିମେସନ କରି ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ