ଭୁବନେଶ୍ବରରୁ ଛାତ୍ରକୁ ଉଠାଇ ନେଲା NIA ଟିମ୍ - ଆତଙ୍କବାଦୀ ସନ୍ଦେହ
🎬 Watch Now: Feature Video

ଭୁବନେଶ୍ବର: ଖଣ୍ଡଗିରି ଥାନା ଅଞ୍ଚଳରୁ ଜଣେ ଛାତ୍ରକୁ ଉଠାଇ ନେଲା NIAଟିମ୍ । କମିସନରେଟ୍ ପୋଲିସ ସହାୟତାରେ ଯୁବକଙ୍କୁ ଉଠାଇଛନ୍ତି NIAର ଦୁଇଜଣ ଅଧିକାରୀ । ଏକ ବନ୍ଧୁକ କାରବାର ଲିଙ୍କରେ ଉଠାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଯୁବକଙ୍କୁ ଖଣ୍ଡଗିରି ଥାନାରେ ରଖି ପଚରା ଉଚରା କରୁଛନ୍ତି ଟିମ। ଏନେଇ ସ୍ପଷ୍ଟ କରିଛନ୍ତି ପୋଲିସ କମିସନର ସୁଧାଶୁଂ ଷଡଙ୍ଗୀ। ତେବେ କେଉଁ କାରଣରୁ ଏହା କରାଯାଉଛି ତାହା ଜଣାପଡିନଥିବା ବେଳେ ଆତଙ୍କବାଦୀ ସଂକ୍ରାନ୍ତୀୟ ନୁହେଁ ବୋଲି ତାହା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର।