ଶ୍ରୀମନ୍ଦିର ଦ୍ବାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭିଡିଓ... - ପତିତପାବନ ମଙ୍ଗଳ ଆଳତୀ
🎬 Watch Now: Feature Video

ପୁରୀ: ଜଗତକଲ୍ୟାଣ ପାଇଁ ପ୍ରତ୍ୟେକ ଦିନ କରାଯାଉଥିବା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ସବୁ ଦିନ ପରି ଆଜି ମଧ୍ୟ ବଡି ଭୋରରୁ କରାଯାଇଛି । ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ପ୍ରଥମେ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇ ପରେ ହାତରେ ଘଣ୍ଟି ଓ ଦୀପ ସହ ପାଟିରେ ମନ୍ତ୍ରୋଚାରଣ କରି ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଏହି ସମୟରେ ନିକଟରେ ଥିବା ଅନ୍ୟ ସେବାୟତ ମାନଙ୍କ ଦ୍ବାରା ହରିବୋଲ ଓ ଓଁ ନମୋଃ ଭଗବତେ ବାସୁଦେବାୟ ଧ୍ବନିରେ ମନ୍ତ୍ରମୁଗ୍ଧ ହେଉଥିଲା ପରିବେଶ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ