ଶୀତ ଦିନରେ ଆସିବ କି କୋରୋନାର ଦ୍ବିତୀୟ ଲହରୀ, ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର ଉମେଶ ରାୟ... - କଟକ କୋରୋନା
🎬 Watch Now: Feature Video
କଟକ: ଶୀତ ଦିନ ଆସୁଥିବାରୁ ପୁଣି ଥରେ କୋରୋନା ଫେରିବାର ସମ୍ଭାବନା ରହିଛି । ଏହାସହ ଏହା ଆହୁରି ବ୍ୟାପିବ କି ନାହିଁ ତାହା ଆମ ଉପରେ ନିର୍ଭର କରେ ବୋଲି ସିଏମସି କୋଭିଡ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ କହିଛନ୍ତି । ସେପଟେ ଆଜିଠାରୁ କଟକ ସହରରେ ସେରୋ ସର୍ଭେ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ସହରର 5ଟି ସ୍ଥାନରେ 7ଶହ ଲୋକଙ୍କର ରକ୍ତ ନମୁନା ସଂଗ୍ରହ କରାଯିବ । ସହରର 30 ଟି ୱାର୍ଡରେ ଏହି ସର୍ଭେ କରାଯିବ । 4 ଦିନ ଧରି ଏହା ଚାଲିବ । 21 ଶହ ଲୋକଙ୍କର ରକ୍ତନମୁନା ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି । ତେବେ ଏନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।