ପୁରୁଣା ମାମଲାର ସମାଧାନ ପ୍ରମୁଖ ଲକ୍ଷ୍ୟ: ଡିସିପି ଉମାଶଙ୍କର ଦାସ - ନବନିଯୁକ୍ତ ଭୁବନେଶ୍ବର ଡିସିପି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8157350-thumbnail-3x2-dcp.jpg)
ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଥାନା ଅଧୀନରେ ପଡିରହିଥିବା କେସ ଗୁଡିକର ଗୁରୁତ୍ବ ଅନୁସାରେ ସମାଧାନ କରାଯିବ । ଏହା ସହ ଏଥିପାଇଁ କଡା ତଦନ୍ତ ପ୍ରକ୍ରିୟା କରାଯିବ ବୋଲି ନୂତନ ଭାବେ ଯୋଗ ଦେଇଥିବା ଡିସିପି ଡ. ଉମାଶଙ୍କର ଦାସ ପ୍ରକାଶ କରିଛନ୍ତି । ଇଟିଭି ଭାରତକୁ ଦେଇଥିବା ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି । ରାଜଧାନୀର ବିଭିନ୍ନ ଥାନାରେ ବହୁ ବର୍ଷ ଧରି ପଡିରହିଛି ଅନେକ କେସ । ଏହି କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ନୂତନ ଭାବରେ ଯୋଗ ଦେଇଥିବା ଡିଏସପି ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି । ପ୍ରଭାବଶାଳୀ ଭାବେ ଷ୍ଟ୍ରିମଲାଇନ ପ୍ରକ୍ରିୟାରେ ଏହି କେସ ଗୁଡିକର ତଦନ୍ତ କରାଯିବ। ଏପରିକି ତଦନ୍ତ ପ୍ରକ୍ରିୟାକୁ ସଠିକ ଢ଼ଙ୍ଗରେ କିପରି କରାଯିବ ତାକୁ ଗୁରୁତ୍ବ ଦିଆଯିବ ବୋଲି ନବନିଯୁକ୍ତ ଭୁବନେଶ୍ବର ଡିସିପି ପ୍ରକାଶ କରିଛନ୍ତି ।