ଦୁର୍ଲଭ ନାଗାର୍ଜୁନ ବେଶରେ ଶୋଭା ପାଉଛନ୍ତି ମହାବାହୁ - ମହାପ୍ରଭୁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9678101-thumbnail-3x2-kjf.jpg)
ପୁରୀ: ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶରେ ଶୋଭା ପାଉଛନ୍ତି ମହାପ୍ରଭୁ ଜଗନ୍ନାଥ। ରାତି ୧୨ଟାରେ ଶ୍ରୀଜିଉଙ୍କ ପାହୁଡ଼ ନୀତି କରାଯାଇଥିଲା। ଏହାପରେ ଶ୍ରୀମନ୍ଦିର ରାତି ୨ଟାରେ ଦ୍ବାରଫିଟା ଯାଇଥିଲା। ରାତି ୨ଟା ୩୦ରେ ମଙ୍ଗଳ ଆଳତି ହେବା ପରେ ୩ଟାରେ ମହାପ୍ରଭୁଙ୍କ ମଇଲମ ନୀତି ହୋଇଥିଲା। ଏହାପରେ ୪ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଆରମ୍ଭ କରାଯାଇଥିଲା। ଦୀର୍ଘ 25 ବର୍ଷ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି।