ସ୍ୟାଣ୍ଡ ଆନିମେସନରେ ନବବର୍ଷର ଅଭିନନ୍ଦନ - Happy New Year
🎬 Watch Now: Feature Video

ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି । ଏହାକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଏ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ ଏକ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଓଡିଶା ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଏହାକୁ ମହାବୀର ଜୟନ୍ତୀ ଭାବେ ପାଳନ ମଧ୍ୟ କରାଯାଏ । ଏହି ଦିବସରେ ବିପଦ ଆପଦରୁ ରକ୍ଷା ପାଇଁ ପ୍ରଭୁ ହନୁମାନଙ୍କ ପାଖରେ ଭକ୍ତ ମାନେ ପ୍ରାର୍ଥନା କରିଥାନ୍ତି । ତେବେ ଏବେ ବିଶ୍ବରେ ମହାମାରୀ କୋରୋନା ଆତଙ୍କ ଖେଳାଇ ଥିବାବେଳେ ଏହାକୁ ନାଶ କରିବାକୁ ମହାବୀରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ । ସ୍ୟାଣ୍ଡ ଆନିମେସନରେ ଓଡିଶା ନବବର୍ଷର ଅଭିନନ୍ଦନ ସମେତ ମହାବୀର ହନୁମାନଙ୍କ ଚିତ୍ର ମଧ୍ୟ ସ୍ଥାନ ପାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ