ହୀରାକୁଦର ଡ୍ୟାମ: ଖୋଲିଲା ଆଉ 3ଟି ଗେଟ, ମୋଟ 15ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ - ହୀରାକୁଦ ଡ୍ୟାମ
🎬 Watch Now: Feature Video
ସମ୍ବଲପୁର: ଗତ 25 ତାରିଖରେ ହୀରାକୁଦ ଡ୍ୟାମରୁ 10ଟି ଗେଟ ଜରିଆରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଥିଲା । ଗତକାଲି ରାତିରେ ଆଉ 2ଟି ଗେଟ୍ ଖୋଲାଯାଇଥିଲା । ପୁଣି ଶନିବାର ସକାଳେ ପର୍ଯ୍ୟାୟକ୍ରମେ ଆଉ 3ଟି ଗେଟ୍ ଖୋଲା ଯାଇଛି । ଫଳରେ ସକାଳ ସୁଦ୍ଧା ମୋଟ 15ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବାବେଳେ ବର୍ତ୍ତମାନ ଏହା 625.83 ଫୁଟ ରହିଛି । ଏହି ସମୟ ମଧ୍ୟରେ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 81,224 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ତଳ ମୁଣ୍ଡକୁ ସେକେଣ୍ଡ ପ୍ରତି 2 ଲକ୍ଷ 397 କ୍ୟୁସେକ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।