thumbnail

By

Published : Mar 26, 2020, 1:55 PM IST

ETV Bharat / Videos

କୋରୋନା ପାଇଁ ବ୍ରହ୍ମପୁର ବଜାରରେ ସ୍ବତନ୍ତ୍ର ବ୍ୟବସ୍ଥା

ବ୍ରହ୍ମପୁର: କୋରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବଜାରରେ ଗ୍ରହଣ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସହରରେ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ପକ୍ଷରୁ ଏହି ଅବସରରେ ସହରର ପରିବା ବଜାର ଠାରୁ ଆରମ୍ଭ କରି ସମସ୍ତ ପ୍ରମୁଖ ବଜାରରେ ଯେଭଳି ଅଧିକ ଜନଗହଳି ନହେବ ସେ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ପ୍ରଚାର ଗାଡି ସାହାଯ୍ୟରେ ବିଭିନ୍ନ ସ୍ଥାନରେ ପ୍ରଚାର କରାଯାଉଛି । ପ୍ରତ୍ୟେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ସମୁଖରେ ଗ୍ରାହକ କେଉଁ ସ୍ଥାନରେ ଠିଆ ହୋଇ ରହିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବେ ସେନେଇ ସୂଚିତ କରାଯାଇଥିବା ବେଳେ ସହରର ପନିପରିବା ବଜାର ଠାରୁ ଆରମ୍ଭ କରି ଓଷଧ ଦୋକାନ ଏବ° ସହରର ସମସ୍ତ ସ୍ଥାନରେ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏଭଳି ସ୍ଥିତିରେ ବ୍ରହ୍ମପୁରରେ କିଭଳି କରାଯାଇଛି ବ୍ୟବସ୍ଥା ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.