ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଯୁବ କଂଗ୍ରେସର ବିରୋଧ, କଳା ପତାକା ପ୍ରଦର୍ଶନ - ପୁରୀ ଜିଲ୍ଲା ଯୁବ କଂଗ୍ରେସ
🎬 Watch Now: Feature Video

ପୁରୀ: ବଗଲାଧର୍ମଶାଳା ବେଆଇନ ଜମି ବିକ୍ରି ପ୍ରତିବାଦରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇଥିଲେ। ପ୍ରଥମେ ଅଠରନଳା ଠାରେ ଆଶୁତୋଷ ମିଶ୍ର, ଆଲୋକ କୁମାର ଦାଶ ଓ ପରେ ମାଉସୀ ମା ମନ୍ଦିର ସମ୍ମୁଖରେ ରାମଚନ୍ଦ୍ର ସାହୁ, ବିଶ୍ବନାଥ ଦାଶ, ପ୍ରେମଜିତ ମହାନ୍ତି, ସୁଜିତ ମହାପାତ୍ର, ବିଶ୍ବରଂଜନ ମହାପାତ୍ର, ଆଲୋକ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଫେରିବା ବାଟରେ ବଗଲାଧର୍ମଶାଳା ନିକଟରେ ପୁନର୍ବାର ବିରୋଧ ପ୍ରଦର୍ଶନ କରିଥିଲେ ଯୁବ କଂଗ୍ରେସ ନେତା ସ୍ବାଧୀନ କୁମାର ପଣ୍ଡା ।