ବିପଦ ବେଳର ବନ୍ଧୁ କମିସନରେଟ ପୋଲିସ - ଭୋକିଲାଙ୍କୁ ସାହା
🎬 Watch Now: Feature Video

ଭୁବନେଶ୍ବର: ଭୋକିଲାଙ୍କୁ ସାହା ହେଲା କମିସନରେଟ ପୋଲିସ। ଅସମୟରେ ପୋଲିସ ସାଜିଲା ବିପଦର ବନ୍ଧୁ। ବାଣ୍ଟିଲେ ଖାଦ୍ୟ ସାମଗ୍ରୀ। ଦୋକାନ ବଜାର ବନ୍ଦ ବେଳେ ଚିକେନ ତରକାରି, ଭାତ, ମାଛ ସହ ମିକ୍ସ ଭେଜ ଓ ପୁରୀ ତରକାରି ଆଦି ଖାଦ୍ୟ ରାଜଧାନୀର ବିଭିନ୍ନ ବସଷ୍ଟପ, ରେଲୱେ ଷ୍ଟେସନ, ଗଳି କନ୍ଦି ଓ ରାସ୍ତା କଡରେ ନିରାଶ୍ରୟ ହୋଇ ବୁଲୁଥିବା ଲୋକଙ୍କୁ ଦେଇଛନ୍ତି ଜୋନାଲ ଏସପି ଓ ଥାନାଧିକାରୀ । ତେବେ ପାଖାପାଖି 2ହଜାର ଲୋକଙ୍କ ପାଇଁ ଏପରି ନିତିଦିନ ଖାଦ୍ୟ ବାଣ୍ଟିବାକୁ ନିଷ୍ପତି ନେଇଛନ୍ତି କମିସନରେଟ ପୋଲିସ ଅଧିକାରୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ