ସିଏମସି ସେରୋ ସର୍ଭେ ରିପୋର୍ଟ: ଯୁବଗୋଷ୍ଠୀଙ୍କ ନିକଟରେ ରହିଛି ଅଧିକ ଆଣ୍ଟିବଡି

By

Published : Nov 12, 2020, 10:56 PM IST

thumbnail

ଭୁବନେଶ୍ବର: କଟକ ସହରରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ ଅଧିକାଂଶ ଯୁବଗୋଷ୍ଠୀଙ୍କ ନିକଟରେ ଅଧିକ ଆଣ୍ଟିବଡି ଥିବାବେଳେ 90 ପ୍ରତିଶତ ଲୋକଙ୍କ ନିକଟରେ ଲକ୍ଷଣ ନଥିବା ଦେଖାଯାଇଛି । କଟକ ସହରରେ 2 ନଭେମ୍ବର ଠାରୁ 5 ନଭେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ 2 ହଜାର 274 ଟି ସାମ୍ପୁଲ ସଂଗ୍ରହ କରାଯାଇ ସେରୋ ସର୍ଭେ କରାଯାଇଥିଲା । ସେଥିମଧ୍ୟରୁ 25 ଟି ୱାର୍ଡରୁ 1634ଟି ସାମ୍ପୁଲ ସଂଗ୍ରହ କରାଯାଇଛି ଏବଂ 640 ଟି ହାଇରିକ୍ସ ଗ୍ରୁପରୁ ସାମ୍ପୁଲ କଲେକ୍ସନ କରାଯାଇଛି । ତେବେ ପୋଲିସ, କୋଭିଡ ଯୋଦ୍ଧା, ହେଲଥ କର୍ମଚାରୀ, ସରକାରୀ କର୍ମଚାରୀ ଗଣମାଧ୍ୟମକର୍ମୀ, ଆଦି ହାଇରିକ୍ସ ଗ୍ରୁପରେ ଅଛନ୍ତି । ତେବେ ସହରରେ 46.39 ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ଥିବା ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.