ଅଳିଆ ମୁକ୍ତ ସହର ପାଲଟିବ ଭୁବନେଶ୍ବର

By

Published : Nov 6, 2020, 11:21 AM IST

thumbnail
ଭୁବନେଶ୍ବର: 2021 ଅପ୍ରେଲ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମସ୍ତ 43 ଟି ମାଇକ୍ରୋ କମ୍ପୋସ୍ଟିଂ ସେଣ୍ଟର (ଏମସିସି) । ସ୍ମାର୍ଟସିଟି ହେବ ଅଳିଆ ଆବର୍ଜନା ମୁକ୍ତ ସ୍ମାର୍ଟ ସହର । ଏଭଳି ଲକ୍ଷ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ପ୍ରାୟ ପ୍ରତ୍ୟେକ ୱାର୍ଡରେ ଏହି କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ତଥା ମାଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟର ହେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ୱାର୍ଡରୁ ଆସୁଥିବା ସମସ୍ତ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକୀକରଣ କରାଯାଇ ଜୈବସାର ସଂଗ୍ରହ କରାଯିବ । ଏହାକୁ ୱାର୍ଡରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳନା କରିବେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.