ଭୋଟବାକ୍ସ ଅଦଳବଦଳ ଭୟ, ଷ୍ଟ୍ରଙ୍ଗରୁମ ଜଗିଛନ୍ତି ପ୍ରାର୍ଥୀ - ଭୋଟବାକ୍ସ ଅଦଳବଦଳ ଭୟ

🎬 Watch Now: Feature Video

thumbnail

By

Published : Feb 23, 2022, 10:24 AM IST

Updated : Feb 3, 2023, 8:17 PM IST

ବ୍ରହ୍ମପୁର: ରାଜ୍ୟରେ ସରିଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟ ମତଦାନ ସରିବା ପରେ ଆରମ୍ଭ ହେବ ଭୋଟ ଗଣତି । ଭୋଟବାକ୍ସରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ । ଏବେ ଚାରୋଟି ପର୍ଯ୍ୟାୟର ଫଳାଫଳ ଭୋଟବାକ୍ସରେ ବନ୍ଦ ରହିଥିବାବେଳେ ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଷ୍ଟ୍ରଙ୍ଗରୁମ କରାଯାଇ ବକ୍ସଗୁଡିକୁ ରଖାଯାଇଛି । ସିସିଟିଭ ସାଙ୍ଗକୁ ବନ୍ଧୁକ ଧରି ଷ୍ଟ୍ରଙ୍ଗରୁମ ଜଗିଛି ପୋଲିସ । ଏପରି କଡା ସୁରକ୍ଷାବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମ ଥିଲେ ହେଁ ମାତ୍ର ପ୍ରାର୍ଥୀଙ୍କୁ ଘାରିଛି ଭୋଟବାକ୍ସ ଅଦଳବଦଳ ଭୟ । ସେଥିପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକ ପାଳି କରି ଷ୍ଟ୍ରଙ୍ଗରୁମର ପ୍ରହରା ଦେଉଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକରେ । ଏଠାରେ ଗତ ୧୮ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବାପରଠୁ ବିଭିନ୍ନ ପଞ୍ଚାୟତରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ପାଳି କରି ଷ୍ଟ୍ରଙ୍ଗରୁମ୍ ସମୁଖରେ ଅହୋରାତ୍ର ବସି ରହୁଥିବା ଦେଖାଯାଉଛି । ଏନେଇ ସେମାନଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.