ମାର୍କେଟ ଅପଡେଟ୍: 4 ଦିନର ରେକର୍ଡ ଭାଙ୍ଗିଲା ସେନସେକ୍ସ, 745 ପଏଣ୍ଟ ଉଠି କାରବାର ବନ୍ଦ - ସେନସେକ୍ସ ଉଛୁଳିଲା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8293867-1070-8293867-1596548036929.jpg)
ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ଅଭିବୃଦ୍ଧି ଦେଖାଦେଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଚଡିଏଫସି ବ୍ୟାଙ୍କ ସେୟାରରେ ଜବରଦସ୍ତ ବୃଦ୍ଧି ପରେ ମଙ୍ଗଳବାର ସେନସେକ୍ସ ଓ ନିଫ୍ଟି ଉପରମୁହାଁ ରହିଛି । ବିଏସଇ 30 ସେୟାର ଆଧାରିତ ସେନସେକ୍ସ 748.31 ପଏଣ୍ଟ ଉଛୁଳି 37,687.91 ରେ ପହଞ୍ଚିଥିବା ବେଳେ ଏନଏସଇ 50 ସେୟାର ନିଫ୍ଟି 203.65 ପଏଣ୍ଟ ବଢି 11,095.25ରେ କାରବାର ବନ୍ଦ କରିଛି । ସେପଟେ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 3 ପଇସା ଖସି 75.04 ଟଙ୍କା ରେ ବନ୍ଦ ହୋଇଛି ।