ଅସ୍ଥିର ବଜାର, ରେଡ ଆଲର୍ଟରେ ବନ୍ଦ କାରବାର - ବଜାର ହାଲଚାଲ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8740723-thumbnail-3x2-market.jpg)
ମୁମ୍ବାଇ: କାରବାର ସପ୍ତାହର ଦ୍ବିତୀୟ ଦିନରେ ବିଏସଇ ସେନସେକ୍ସ ହ୍ରାସ-ବୃଦ୍ଧି ମଧ୍ୟରେ ବନ୍ଦ ହୋଇଛି । ଆଜି କାରବାର ସମୟରେ ସେନସେକ୍ସ 430 ପଏଣ୍ଟ ହ୍ରାସ ହୋଇଥିଲାବେଳେ ପୁଣି ସେୟାର ଉଛୁଳିଥିଲା । ଶେଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 171.43 ପଏଣ୍ଟ ଖସି 38,193.92 ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 39 ପଏଣ୍ଟ କମି 11,278.00ରେ ପହଞ୍ଚିଛି ।