ମାର୍କେଟ ରାଉଣ୍ଡଅପ: ଚିନ୍ତାରେ ନିବେଶ, 667 ପଏଣ୍ଟ କମିଲା ସେନସେକ୍ସ
🎬 Watch Now: Feature Video
ମୁମ୍ବାଇ: କେରୋନା ଭାଇରସ ମାମଲା ବୃଦ୍ଧି ସହ ନିବେଶକଙ୍କ ଚିନ୍ତା ବଢୁଛି । ଫଳରେ ସୋମବାର ସେୟାର ସୂଚକାଙ୍କ ତଳମୁହାଁ ସହ କାରବାର ବନ୍ଦ କରିଛି । ଆଜିକୁ ମିଶାଇ ଲଗାତାର 4ର୍ଥ କାର୍ଯ୍ୟଦିବସରେ ପୁଞ୍ଜି ବଜାରରେ ହ୍ରାସ ରେକର୍ଡ ହୋଇଛି । ହେଭିୱେଟ ଆରଆଇଏଲ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟକ ବ୍ୟାଙ୍କ ବ୍ୟାଙ୍କର ସେଲଅଫ ଯୋଗୁଁ ସେନସେକ୍ସ ଓ ନିଫ୍ଟି କମିଛି । କାରବାର ଶେଷ ସୁଦ୍ଧା ବିଏସଇ ସେନସେକ୍ସ 667.29 ପଏଣ୍ଟ କମି 36,939.60 ଓ ଏନଏସଇ ନିପ୍ଟି 181.85 ପଏଣ୍ଟ ହ୍ରାସ ସହ 10,891.60 ରେ କାରବାର ବନ୍ଦ କରିଛି ।