ରେକର୍ଡ ସ୍ତରରେ ବନ୍ଦ ସେନସେକ୍ସ, 13550 ପଏଣ୍ଟ ପାର ନିଫ୍ଟି - ନିଫ୍ଟି ବନ୍ଦ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9877187-thumbnail-3x2-sensex.jpg)
ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ, ଏଲଆଣ୍ଡଟି ଓ କୋଟାକ ବ୍ୟାଙ୍କ ସେୟାରରେ ବୃଦ୍ଧି ତଥା ବିଦେଶୀ ପାଣ୍ଠି ପ୍ରବାହ ମଧ୍ୟରେ ସୋମବାର ପୁଞ୍ଜି ବଜାର ପ୍ରଫିଟରେ ବନ୍ଦ ହୋଇଛି । ବିଏସଇ ସେନସେକ୍ସ ନୂଆ ରେକର୍ଡ ସହ 154.45 ପଏଣ୍ଟ ବୃଦ୍ଧି ପାଇ 46,253.46 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 44.30 ପଏଣ୍ଟ ବଢି 13,558.15 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସ କମ୍ପାନୀ ମଧ୍ୟରେ ଓଏନଜିସି ସବୁଠୁ ଅଧିକ 5 ପ୍ରତିଶତ ଚଢିଛି । ଏଲଆଣ୍ଡଟି, ଏନଟିପିସି, ଆଇସିଆଇସିଆଇ ବ୍ୟାଙ୍କ, ସନ ଫାର୍ମା , ଏଚସିଏଲ ଟେକ, ଟାଇଟନ ଓ କୋଟାକ ବ୍ୟାଙ୍କର ସେୟାର ପ୍ରଫିଟରେ ରହିଛି । ଅନ୍ୟପଟେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବଜାଜ ଅଟୋ , ଟେକ ମହିନ୍ଦ୍ରା ଓ ବଜାଜ ଫିନସର୍ଭ ସେୟାର ତଳମୁହାଁ ଅଛି ।