thumbnail

By

Published : Dec 3, 2020, 6:32 PM IST

ETV Bharat / Videos

ସେନସେକ୍ସ ସାମାନ୍ୟ ବୃଦ୍ଧି, ସର୍ବୋଚ୍ଚ ରେକର୍ଡରେ ନିଫ୍ଟି

ମୁମ୍ବାଇ: ବୈଶ୍ବିକ ସ୍ତରରେ ମିଶ୍ରିତ ସଙ୍କେତ ମଧ୍ୟରେ ଘରୋଇ ସେୟାର ବଜାର ଗୁରୁବାର ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି । ସେପଟେ ଏନଏସଇ ନିଫ୍ଟି ରେକର୍ଡ ସ୍ତରରେ ବନ୍ଦ ହୋଇଛି । 30 ସେୟାର ଆଧାରିତ ବିଏସଇ ସେନସେକ୍ସ କାରବାର ମଧ୍ୟରେ 14.61 ପଏଣ୍ଟ ବଢି 44,632.65 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 20.15 ପଏଣ୍ଟ ବୃଦ୍ଧି ପାଇ 13,133.90 ପଏଣ୍ଟରେ ବନ୍ଦ ହୋଇଛି । ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡ ଫିଚ୍ୟୁର ଦାମ 0.68 ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପ୍ରତି 47.92 ଡଲାରରେ ବନ୍ଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.