thumbnail

ଜଲିଗଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

By

Published : Aug 27, 2021, 1:47 PM IST

ବଲାଙ୍ଗୀର: ଜଲିଗଲା ସିମେଣ୍ଟ ବୋଝେଇ ଟ୍ରକ। ବିଦ୍ୟୁତ ତାର ଲାଗି ଟ୍ରକରେ ଲାଗିଲା ନିଆଁ । ଟ୍ରକରେ ଥିବା ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁସୁରାରେ । ବରଗଡରୁ ସିମେଣ୍ଟ ଆଣି ତୁଷୁରା ଡାହିମାଲକୁ ଆସୁଥିଲା ଏକ ଟ୍ରକ। ହେଲେ ବଲାଙ୍ଗୀର ତୁଷୁରା ନିକଟରେ ଏଥିରେ ନିଆଁ ଲାଗିଯାଇଥିଲା । ତେବେ ମୃତକ ଡ୍ରାଇଭରର ପରିଚୟ ମିଳିନାହିଁ। ଖବର ପାଇ ଘଟଣାସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.