ବିଶ୍ୱରେ ଶାନ୍ତି, ମୈତ୍ରୀ ପାଇଁ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀ - ପୌଷପୂର୍ଣ୍ଣିମା

🎬 Watch Now: Feature Video

thumbnail

By

Published : Jan 29, 2021, 9:52 AM IST

ଗତକାଲି ସନ୍ଧ୍ୟାରେ ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀ ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ମହାଆଡମ୍ବର ଏବଂ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ପୌଷପୂର୍ଣ୍ଣିମା ଅବସରରେ 15ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି । ପୁରୀ ସ୍ବର୍ଗଦ୍ବାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ପୁରୀ ଶଙ୍କରାଚାର୍ଯ୍ୟ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଉଥାଏ । ଏହାର ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ ହେଉଥିବା ବେଳେ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତ୍ତା ସହ ଦିବ୍ୟ ସନ୍ଦେଶ ଭକ୍ତ ଜନଙ୍କୁ ଦେଉଛନ୍ତି । ବିଶ୍ବର କଲ୍ୟାଣ ଏବଂ ସାରା ପରିବେଶରେ ଶାନ୍ତି ବଜାୟ ରଖିବା ଉଦ୍ୟେଶ୍ୟରେ ଏହି ଆଳତୀ କରାଯାଉଥିବା ଗୁରୁଜୀ କହିଛନ୍ତି । ଏହି ମହଦଧି ଆଳତୀ ସାରା ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଭାଇଚାରାର ଏକ ଦିଗଦର୍ଶନ ସୃଷ୍ଟି କରିବ। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ ରହିଛନ୍ତି ତୀର୍ଥରାଜ ମହୋଦଧି। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.