ନୂଆବର୍ଷରେ ସମଲେଶ୍ବରୀ ମନ୍ଦିର ବାହାରୁ ମା'ଙ୍କୁ ଆଶୀର୍ବାଦ ମାଗିଲେ ଶ୍ରଦ୍ଧାଳୁ - ସମ୍ବଲପୁର ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14067562-thumbnail-3x2-k.jpg)
ସମ୍ବଲପୁର: ବିଦାୟ ନେଇଛି ବର୍ଷ 2021 ଆଉ ଆସିଛି ନୂଆ ବର୍ଷ 2022 । ଆଜି ହେଉଛି ନୂଆବର୍ଷର ପ୍ରଥମ ଦିନ। ଆଉ ଏହି ନୂଆବର୍ଷର ପ୍ରଥମ ଦିନରେ ସମ୍ବଲପୁରବାସୀ ମା ସମଲେଶ୍ବରୀଙ୍କ ଆଶୀର୍ବାଦ ନେଇଛନ୍ତି। କୋଭିଡ କଟକଣା ଯୋଗୁଁ ଡିସେମ୍ବର 30ରୁ ଜାନୁଆରୀ 2 ଯାଏଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନକୁ ବାରଣ କରାଯାଇଛି।ଏଥିପାଇଁ ଆଜି(ଶନିବାର) ମାଙ୍କ ମନ୍ଦିର ସମ୍ମୁଖରେ ଦୀପ ଜାଳି ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବା ସହ ମାଙ୍କ ଆଶୀର୍ବାଦ ନେଇ ନିଜ ପରିବାର ପାଇଁ ବର୍ଷ ତମାମର ସୁଖ ସମୃଦ୍ଧିର କାମନା କରିଛନ୍ତି। ମନ୍ଦିର ପ୍ରବେଶ କରି ପାରୁନଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା,ଇଟିଭି ଭାରତ