ଆସାମ ସୁନ୍ଦରୀଙ୍କ ମୁହଁରେ ଓଡିଆ ଗୀତ, ସୋସିଆଲ ମିଡିଆରେ ହିଟ୍ ଡାଲଖାଇ-ରଙ୍ଗବତୀ - ଆସାମର ନନ୍ଦି ସିଷ୍ଟର

🎬 Watch Now: Feature Video

thumbnail

By

Published : Feb 6, 2021, 4:15 PM IST

Updated : Feb 6, 2021, 8:44 PM IST

ହାଇଦ୍ରାବାଦ: ୟୁଟ୍ୟୁବରେ ଛାଇଗଲେ ନନ୍ଦୀ ସିଷ୍ଟରସ୍ । ନିଆରା ଅନ୍ଦାଜ ଓ ଭିନ୍ନ ଶୈଳୀରେ ପଶ୍ଚିମ ଓଡିଶାର ଲୋକଗୀତ ଡାଲଖାଇ ଓ ରଙ୍ଗବତୀକୁ ପରିବେଷଣ କରି ସାଉଁଟିଛନ୍ତି ପ୍ରଶଂସା । ଏହାସହ ପାଖରେ ଓଡିଆଙ୍କ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଖି ଦୁହେଁ ପାରମ୍ପରିକ ସମ୍ବଲପୁରୀ ଶାଢୀ ପିନ୍ଧି ଓଡିଶାବାସୀଙ୍କ ମନ ମୋହି ନେଇଛନ୍ତି । ସେମାନେ ନିଜସ୍ବ ବାଲକୋନୀ କନସର୍ଟରେ ଏହାକୁ ପ୍ରଦର୍ଶନ କରିଛନ୍ତି । ଏହି ଦୁଇ ଭଉଣୀ ହେଲେ ଆସାମର ଅନ୍ତରା ନନ୍ଦୀ ଓ ଅଙ୍କିତା ନନ୍ଦୀ । ଭିଡିଓଟି ଅପଲୋଡ ହେବା ମାତ୍ରେ ଫେସବୁକ୍, ଟ୍ବିଟର, ଇନଷ୍ଟାରେ ଛାଇଯାଇଛି । ତେବେ ଆପଣ ବି ଏହି ଭିଡିଓ ଦେଖିବା ପରେ ଓଡିଆ ଭାବେ ଗର୍ବ କରିବେ...
Last Updated : Feb 6, 2021, 8:44 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.