ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ ଦିବ୍ୟ ଦର୍ଶନ - ମଙ୍ଗଳ ଆଳତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11219785-thumbnail-3x2-kkjpg.jpg)
ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ। ଭାବବିନୋଦିଆ ଓ ଭକ୍ତବତ୍ସଳ କାଳିଆ ଠାକୁର। ଜଗାର ଗୋଟିଏ ମାତ୍ର ଝଲକ ପାଇବା ପାଇଁ ଭକ୍ତର ମନ ବ୍ୟଥିତ ହୋଇଯାଏ। ଶ୍ରୀକ୍ଷେତ୍ରକୁ ଡୋରି ନଲାଗିଲେ ବାଇଶି ପାହାଚେ ପାଦ ରଖିବା ସମ୍ଭବ ନୁହେଁ। ସେହି କପଟିଆ କାଳିଆ ପାଖରେ ସକାଳୁ ସକାଳୁ ଆରମ୍ଭ ହୋଇଛି ମଙ୍ଗଳଆଳତୀ। ବଢି ଭୋରୁ ପୂଜା ପଣ୍ଡାଙ୍କ ମନ୍ତ୍ର, ହରିବୋଲରେ ପ୍ରକମ୍ପିତ ମନ୍ଦିର ପରିବେଶ। ଧୂପ ଓ ଦୀପରେ ମହକୁଛି ମନ୍ଦିର ବେଢା। ଜଗତବାସୀଙ୍କ କଲ୍ୟାଣ ପାଇଁ ପତିତପାବନଙ୍କ ପାଖରେ ଚାଲିଛି ପୂଜାଅର୍ଚ୍ଚନା।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ