thumbnail

By

Published : Feb 27, 2022, 1:14 PM IST

Updated : Feb 3, 2023, 8:18 PM IST

ETV Bharat / Videos

Panchayat Vote Counting: କ୍ଲିନସୁଇପ୍ ମୁହାଁ BJD ! ସୁପ୍ରିମୋଙ୍କୁ ସବୁ ଶ୍ରେୟ ଦେଲେ ସମୀର

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ମୁହାଁ ଅଗ୍ରସର ହେଉଛି ବିଜେଡି । ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ୮୪ ପ୍ରତିଶତ ଆସନରେ ବିଜେଡି ବିଜୟୀ ଲାଭ କରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ବିଜେଡି ସଫଳତା ହାସଲ କରିଛି । ଆମେ ନେତା ନୁହେଁ ଆମେ ଲୋକଙ୍କ ସେବକ । ଏହା ଭାବି ଆମେ କାମ କରୁଛୁ । ଏହାଛଡ଼ା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ଦାଶ ସଙ୍ଗଠନ ପରିଚାଳନା ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି । ଜୋନ କ୍ରମରେ ସାଙ୍ଗଠନିକ ସମ୍ପାଦକ କାର୍ଯ୍ୟ କରିଥିଲେ । ନବୀନ ସରକାରଙ୍କ ସଫଳତା ପ୍ରତ୍ୟେକ ପରିବାର ପାଖରେ ଉପଲବ୍ଧ ଅଛି ।" ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.