ପଶ୍ଚିମବଙ୍ଗର ଜୈବିକ ଚା’ - ଦାର୍ଜିଲିଂ
🎬 Watch Now: Feature Video
ହାଇଦ୍ରାବାଦ: ଆପଣଙ୍କ ସକାଳର କପ ପାଇଁ ଖୁସି ଖବର । ପଶ୍ଚିମବଙ୍ଗରୁ ବିଶେଷକରି ଦାର୍ଜିଲିଂ ଅଞ୍ଚଳରୁ ଉତ୍ପାଦିତ ଚା’ ଜୈବିକ ହେବାରେ ଲାଗିଛି । କୀଟନାଶକର କମ ବ୍ୟବହାର ପାହାଡିଆ ଓ ତେରାଇ ଅଞ୍ଚଳରେ ଚା’ଚାଷର ନୂତନ ମନ୍ତ୍ର ପାଲଟିଛି । ରାଜ୍ୟର ଚା’ ବଗିଚାରେ କୀଟନାଶକ ବ୍ୟବହାର ଉପରେ ନିଲାମଧାରୀଙ୍କ ଚିନ୍ତାଧାରା ବଦଳିବାରେ ଲାଗିଛି । ପ୍ୟାକିଂ ହୋଇ ବ୍ୟବହାର ପାଇଁ ବଜାରକୁ ପଠାଯିବା ପୂର୍ବରୁ ତଥା ରପ୍ତାନି କିମ୍ବା ଘରୋଇ ବ୍ୟବହାର କ୍ଷେତ୍ରରେ ଚା’ ପତ୍ରକୁ ପ୍ରକ୍ରିୟାକରଣ କରାଯାଇଥାଏ । ସବୁଥିରେ କୀଟନାଶକର ଉପସ୍ଥିତିକୁ ଏଡାଇବା ପାଇଁ ଉଦ୍ୟମ କରାଯାଉଛି ।