thumbnail

ବିରୋଧୀଙ୍କ ଆଚରଣ ଭେଙ୍କେୟାଙ୍କୁ କଲା ଭାବୁକ, ଆଖିରୁ ଝରିଗଲା ଲୁହ

By

Published : Aug 11, 2021, 10:05 PM IST

ସମାପ୍ତ ହୋଇଛି ସଂସଦର ମୌସୁମୀ ଅଧିବେଶନ । ମଙ୍ଗଳବାର କିଛି ବିରୋଧୀ ସାଂସଦ ରାଜ୍ୟସଭାରେ ଏକ ହୋହାଲ୍ଲା କରି ଟେବୁଲ ଉପରକୁ ଚଢିଯାଇଥିଲେ । ସାଂସଦମାନେ ରୁଲ୍‌ ବୁକ୍‌ ଚିରି କରିଥିଲେ ନାରାବାଜି । ସାଂସଦଙ୍କ ଏହି ମର୍ଯ୍ୟାଦାହୀନ ଆଚରଣ ଯୋଗୁଁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଏତେମାତ୍ରାରେ ଆହତ ହୋଇଛନ୍ତି ଯେ, ଗୃହର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଏହାକୁ କଡା ନିନ୍ଦା କରି ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । ତାଙ୍କ ଆଖିରୁ ଲୁହ ଝରିଗଲା । ସେ ଛିଡ଼ା ହୋଇ ବିବୃତ୍ତିକୁ ଅତି ଭାବପ୍ରବଣ ଗଳାରେ ପଢିଥିଲେ ଏବଂ କହିଥିଲେ ଯେ ଏହା ଦ୍ବାରା ମୁଁ ଗଭୀର ଆଘାତ ପାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.