ଗୁଲମାର୍ଗରେ ତୁଷାରପାତ, ମଜା ନେଉଛନ୍ତି ପର୍ଯ୍ୟଟକ
🎬 Watch Now: Feature Video
ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଗତ ଚାରିଦିନ ଧରି ପାଗ ଖରାପ ରହିଛି । ଉପତ୍ୟକାର ଅନେକ ଅଞ୍ଚଳରେ ବର୍ଷା ଓ ତୁଷାରପାତ ଲାଗି ରହିଛି । ଅନ୍ୟପକ୍ଷେ ଉତ୍ତରକାଶ୍ମୀର ଏକ ମନୋରମ ପର୍ଯ୍ୟଟନସ୍ଥଳ ଗୁଲମାର୍ଗରେ ମଧ୍ୟ ହାଲୁକା ତୁଷାରପାତ ହୋଇଛି । ତୁଷାରପାତ ଜାରି ରହିବା ଫଳରେ ଘରଦ୍ବାର ଠୁ ଆରମ୍ଭ କରି ବୃକ୍ଷଲତା ସବୁ ଧଳା ଚାଦରରେ ଘୋଡାଇ ହେବା ପରି ମନେ ହେଉଛନ୍ତି । ଯାହା ସେଠାକର ପର୍ଯ୍ୟଟକଙ୍କ ମଧ୍ୟରେ ଉଲ୍ଲାସ ଭରି ଦେଇଛି । ସେମାନେ ତୁଷାରପାତର ମଜା ନେବା ସହ ଗୁଲମାର୍ଗର ଶୁଭ୍ର ସୌନ୍ଦର୍ଯ୍ୟକୁ ଖୁବ୍ ଉପଭୋଗ କରୁଛନ୍ତି । ଦେଖନ୍ତୁ ଭିଡିଓ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ