ରାଜସ୍ଥାନ ରାଜନୀତି; ସରକାରର ଭବିଷ୍ୟତ ନିଷ୍ପତ୍ତି ଆଜି

By

Published : Jul 13, 2020, 9:52 AM IST

thumbnail
ଜୟପୁର: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଦୂର କରିବା ପାଇଁ ଆଜି ଦିନ 10.30ରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ତେବେ ଏଥିରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ହ୍ବିପ୍‌ ଜାରି କରାଯାଇଛି । ସେପଟେ ବୈଠକରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ତାଙ୍କ ସପକ୍ଷରେ 30 ବିଧାୟକ ଥିବାରୁ ଗେହଲଟ ସରକାର ସଂଖ୍ୟାଲଘୁ ହୋଇଥିବା ସେ ଦାବି କରିଛନ୍ତି । ଅନ୍ୟପଟେ ରାଜସ୍ଥାନରେ କଂଗ୍ରେସ ସରକାରକୁ ବଞ୍ଚାଇବା ପାଇଁ ତିନି ବରିଷ୍ଠ ନେତାଙ୍କୁ ଜୟପୁରକୁ ପଠାଇଛି । ତେବେ ଏସବୁ ଭିତରେ ଗତକାଲି ସଚିନ ବିଜେପିର କିଛି ନେତୃତ୍ବଙ୍କୁ ଭେଟିଥିବାର ଚର୍ଚ୍ଚା ହେଉଥିବାରୁ ଆଜି ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି କୁହାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.