କଂଗ୍ରେସ ନେତୃତ୍ବରେ ପରିବାରବାଦ ପ୍ରାଧାନ୍ୟ ବିସ୍ତାର କରିଛି: ରମଣ ସିଂ - entire Hindustan Congress dynasticism has come to dominate
🎬 Watch Now: Feature Video

ରାୟପୁର: ରାଜସ୍ଥାନ ରାଜନୀତିରେ ଲାଗିରହିଛି ରାଜନୈତିକ ଅସ୍ଥିରତା । କଂଗ୍ରେସ ନେତା ସଚିନ ପାଇଲଟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ କଂଗ୍ରେସରେ ଏଭଳି କନ୍ଦଳକୁ ନେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ ଦଳର ଥଟ୍ଟା ଉଡାଇଛନ୍ତି । ସେ କହିଛନ୍ତି ଯେ, ରାଜସ୍ଥାନ ହେଉ ଅବା ସାରା ଭାରତବର୍ଷ କଂଗ୍ରେସ ନେତୃତ୍ବରେ ପରିବାରବାଦ ପ୍ରାଧାନ୍ୟ ବିସ୍ତାର କରିଛି । କଂଗ୍ରେସର ଯେଉଁ ନେତାଙ୍କ ପାଖରେ ଜନବଳ ରହିଛି ସେମାନଙ୍କୁ ସର୍ବଦା ଦଳରେ ଉପେକ୍ଷା କରାଯାଉଛି । ଏହି ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ହୁଅନ୍ତୁ କିମ୍ବା ସଚିନ ପାଇଲଟ । ଲଗାତାର ଭାବେ ଏମାନଙ୍କୁ ଦଳ ଉପେକ୍ଷା କରି ଆସୁଛି । ଶୁଣନ୍ତୁ କଣ ଏନେଇ କହିଛନ୍ତି ଡ. ରମଣ ସିଂ...
TAGGED:
Dr. Raman Singh