କୋରୋନାକୁ ନେଇ ବିଜେପି ଏମପିଙ୍କ ଅଜବ ଯୁକ୍ତି, କାଦୁଅରେ ଶଙ୍ଖ ଫୁଙ୍କିଲେ ହେବନି ଆକ୍ରାନ୍ତ

By

Published : Aug 17, 2020, 1:34 PM IST

thumbnail
ଜୟପୁର: କୋରୋନା କାୟାରେ ଏବେ ସାରା ବିଶ୍ବ । ଦେଶରେ ମଧ୍ୟ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ବଢିଚାଲିଛି ମୃତ୍ୟୁ ସଂଖ୍ୟା । କୋରୋନା ଦାଉରୁ ମୁକ୍ତି ପାଇବା ପାଇଁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଆବଶ୍ୟକ ରହିଛି । ଏପରି ସ୍ଥିତିରେ ରାଜସ୍ଥାନର ବିଜେପି ସାଂସଦ ସୁଖବୀର ସିଂ ଜୌନପୁରିୟା ଏକ ଅଜବ ଯୁକ୍ତି ବାଢିଛନ୍ତି । କାଦୁଅରେ ବସି ଶଙ୍କ ଫୁଙ୍କିଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଯାହା କୋରୋନା କବଳରୁ ମୁକ୍ତି ଦେବ ବୋଲି ସେ ଦର୍ଶାଇଛନ୍ତି । ଏନେଇ ସେ ନିଜେ ମଧ୍ୟ କାଦୁଅ ପାଣିରେ ବସି ଶଙ୍ଖ ଫୁଙ୍କୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏପରି କଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.