ETV Bharat / state

୬ ଜିଲ୍ଲାରେ ଘନ କୁହୁଡି, ଶୀତରେ ଥରୁଛି କୋରାପୁଟ ଓ ଫୁଲବାଣୀ - DENSE FOG IN ODISHA

ଓଡ଼ିଶାର ୬ ଜିଲ୍ଲାରେ ଘନ କୁହୁଡି ସହିତ କୋରାପୁଟ ଓ ଫୁଲବାଣୀରେ ଶୀତ ଲହରୀ । ୭ ଦିନ ଯାଏଁ ବର୍ଷା ସମ୍ଭାବନା ନଥିବା କହିଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଶୀତରେ ଥରୁଛି ଓଡିଶା
ଶୀତରେ ଥରୁଛି ଓଡିଶା (ETV BHARAT ODISHA)
author img

By ETV Bharat Odisha Team

Published : Jan 6, 2025, 4:52 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓ ପରେ ରାତିରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ ବଢିବ । ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନଥିବା ବେଳେ ଘନ କୁହୁଡି ଜାରି ରହିବ । ରାଜ୍ୟରେ 48 ଘଣ୍ଟା ଘନ କୁହୁଡିର ସତର୍କତା ଜାରି କରିଛି ଅଞ୍ଚଳିକ ପାଣିପାଗ ବିଭାଗ । ଆଜି ଘନ କୁହୁଡି ପାଇଁ 6 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ 6 ଜିଲ୍ଲାକୁ ଘନ କୁହୁଡି ହେବା ନେଇ ସତର୍କ କରାଯାଇଛି ।

ଏହି ଜିଲ୍ଲାରେ ଘନ କୁହୁଡ଼ି:

dense fog
dense fog (ETV BHARAT ODISHA)

ଆସନ୍ତା 48 ଘଣ୍ଟା ଯାଏଁ ଘନ କୁହୁଡ଼ି ସମ୍ଭାବନା ରହିଛି । ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ମଧ୍ୟ ଘନ କୁହୁଡ଼ି ପାଇଁ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା 24 ଘଣ୍ଟାରେ ଖୋର୍ଦ୍ଧା, ଅନୁଗୋଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୁର,କେନ୍ଦ୍ରାପଡ଼ା ଭଦ୍ରକ , ଯାଜପୁର, କେନ୍ଦୁଝର ଓ ମାଲକାନଗିରିରେ ହାଲୁକରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । ଅଧିକ ଘନ କୁହୁଡ଼ି ପାଇଁ ସୁନ୍ଦରଗଡ଼, ଢେଙ୍କାନାଳ, କାଳାହାଣ୍ଡି , କନ୍ଧମାଳ,କୋରାପୁଟ ଓ କଟକକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଖୋର୍ଦ୍ଧା, ଅନୁଗୋଳ, ଗଜପତି ଓ ରାୟଗଡାରେ ହାଲୁକରୁ ମଧ୍ୟମ କୁହୁଡି ଦୃଶ୍ୟମାନ ସହ ଢେଙ୍କାନାଳ, କଟକ,ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଅଧିକ ଘନ କୁହୁଡ଼ି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

DENSE FOG IN ODISHA (ETV BHARAT ODISHA)

ଶୀତରେ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା:

ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ବେଳେ ଶୀତ ଜାରି ରହିବ । ଏହା ସହ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା । 4 ଦିନ ପରେ 2ରୁ 4 ଡିଗ୍ରୀ ରାତି ତାପମାତ୍ରା ବଢିବ ସହ ଶୀତର ପ୍ରକୋପ ସାମାନ୍ୟ କମିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ 8, 9 ଓ 10 ତାରିଖରେ 18ତମ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ହେବାକୁ ଥିବା ବେଳେ ଏହି ତିନିଦିନ ପାଗ ଶୁଖିଲା ରହିବ ।

dense fog
dense fog (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଶୀତରେ ଥରୁଛି ସାରା ଓଡିଶା, ୨ ଦିନ ଯାଏ ପାଗରେ ନାହିଁ ପରିବର୍ତ୍ତନ - ODISHA WEATHER FORECAST

ଏହା ମଧ୍ୟ ପଢନ୍ତୁ-ଆହୁରି ୨ରୁ ୪ ଡିଗ୍ରୀ ଖସିବ ତାପମାତ୍ରା, ଘନ କୁହୁଡ଼ି ପାଇଁ ୨ ଜିଲ୍ଲାକୁ IMD ୟେଲୋ ୱାର୍ଣ୍ଣିଂ - ODISHA WEATHER UPDATE

ଟ୍ବିନ ସିଟିରେ ତାପମାତ୍ରା :

dense fog
dense fog (ETV BHARAT ODISHA)

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି , ''ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ, ପାଗ ଶୁଖିଲା ରହିବ । କିନ୍ତୁ କୁହୁଡି କିଛି କିଛି ସ୍ଥାନରେ ଦେଖାଯିବ । କୁହୁଡି ପାଇଁ ସୁନ୍ଦରଗଡ, ଢେଙ୍କାନାଳ, କାଳାହାଣ୍ଡି , କନ୍ଧମାଳ,କୋରାପୁଟ ଓ କଟକକୁ ସତର୍କ କରାଯାଇଛି । ଏହି ଜିଲ୍ଲାରେ କୁହୁଡିର ପ୍ରଭାବ ଅଧିକ ରହିବ । ଆସନ୍ତାକାଲି ସୁନ୍ଦରଗଡ, କଳାହାଣ୍ଡି, ଢେଙ୍କାନାଳ, କୋରାପୁଟ, କଟକ ଓ କନ୍ଧମାଳରେ ଘନ କୁହୁଡି ହେବା ସମ୍ଭାବନା ରହିଛି । ଆଗାମୀ 4 ଦିନ ପର୍ଯ୍ୟନ୍ତ 4ଦିନ ପରେ ରାତିର ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ ବଢ଼ିବ । ଶୀତ ଏବେ ଯେମିତି ଚାଲିଛି ସେମିତି ଚାଲିବ । ରାତିରେ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ । ଭୁବନେଶ୍ବର ଓ କଟକରେ ଏବେ 14ରୁ 15 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । 8ରୁ 9 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭବାନା ରହିଛି । ''

୫ ସହରରେ ଶୀତ ଲହରୀ:

ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସହରରେ ଶୀତ ଲହରୀ ଅନୁଭୁତ ହୋଇଛି । ପାହାଡ଼ିଆ ଅଞ୍ଚଳ ଭାବରେ ୭.୫ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.