ETV Bharat / state

୧୧ ଦିନରେ ରାଜ୍ୟରେ ଆଖି ବୁଜିଲେଣି ୧୦ ଚାଷୀ - FARMERS DEATH ODISHA

ଅଦିନିଆ ବର୍ଷାରେ ରାଜ୍ୟର ୧୬ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଛି ଧାନ ଫସଲ । ୧୦ ଜଣ ଚାଷୀ ଜୀବନ ହାରିଥିୂବା ଅଭିଯୋଗ ହୋଇଛି ।

FARMERS DEATH ODISHA
FARMERS DEATH ODISHA (ETV Bharat Odisha)
author img

By ETV Bharat Odisha Team

Published : Jan 6, 2025, 4:48 PM IST

Updated : Jan 7, 2025, 11:43 AM IST

ଭୁବନେଶ୍ବର: ପୁଣି ଥରେ ଚାଷୀ ମୃତ୍ୟୁ ସଂଖ୍ୟା ରାଜ୍ୟର ମୁଣ୍ଡବିନ୍ଧା କାରଣ ସାଜିଛି । ଗତ 11 ଦିନ ମଧ୍ୟରେ 10 ଜଣ ଚାଷୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସମ୍ବଲପୁର ବୈରାଗୀପଲୀରେ 58 ବର୍ଷୀୟ ଚାଷୀ ରତ୍ନାକର ଭୋଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । 150 ବସ୍ତା ଫସଲ ଅମଳ ଆଶା କରିଥିବା ଚାଷୀ ରତ୍ନାକର ଅତି କଷ୍ଟରେ 50 ବସ୍ତା ଧାନ ଅମଳ କରିଥିଲେ । ଏହାକୁ ନେଇ ଚାପଗ୍ରସ୍ତ ଥିଲେ । ଏଥିପାଇଁ ସେ ଜୀବନ ହାରିଥିବା ତାଙ୍କ ପୁଅ ପରେଶ ଅଭିଯୋଗ କରିଛନ୍ତି ।

ମୃତ ଚାଷୀ ରତ୍ନାକର ଭୋଇ ୩ ବର୍ଷ ପୂର୍ବେ ଝିଅ ବାହାଘର ପାଇଁ ଋଣ ଓ ଉଧାରୀ ଆଣିଥିଲେ । ଧୀରେ ଧୀରେ ଋଣ ସୁଝୁଥିବା ବେଳେ ସମ୍ପୂର୍ଣ୍ଣ ଋଣ ସୁଝି ନଥିଲେ । ସେଥିପାଇଁ ସେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ଥିଲେ ଓ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ଏବର୍ଷ ୨ ଏକର ଜମିରେ ଚାଷ କରିଥିଲେ । ଚାଷ ପାଇଁ ସେ ଋଣ କରିଥିଲେ । କିନ୍ତୁ ଧାନ ଫସଲ ଭଲ ନହେବାରୁ ତାଙ୍କ ମାନସିକ ସ୍ଥିତି ବିଗିଡି ଯାଇଥିଲା । ତେବେ ଶନିବାର ଅପରାହ୍ନ ସମୟରେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ପରବର୍ତ୍ତୀ ସମୟରେ ରତ୍ନାକର ଜୀବନ ହାରିବା ପାଇଁ ଉଦ୍ୟମ କରିଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ତୁରନ୍ତ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସଦର ଥାନାରେ ମୃତ ଚାଷୀଙ୍କ ପରିବାର ଏକ ମାମଲା ରୁଜୁ କରିଛନ୍ତି । ଫସଲ ନଷ୍ଟ ଓ ଋଣ ବୋଝ ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ‘‘ଘଟଣା ବିଷୟରେ ପ୍ରଶାସନ ଅବଗତ ଅଛି । ତଦନ୍ତକାରୀ ଟିମ ଘଟଣାର ଅନୁସନ୍ଧାନ କରୁଛନ୍ତି । ତଦନ୍ତ ରିପୋର୍ଟ ଆସିଲେ ମୃତ ଚାଷୀଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ’’ ବୋଲି ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି ।

ସରକାରଙ୍କ ପଦକ୍ଷେପ

ଚାଷୀ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଚାଷୀଙ୍କ ମୃତ୍ୟୁର ପ୍ରକୃତ କାରଣ, ଫସଲ ନଷ୍ଟ ଓ ଚାଷୀଙ୍କ ଆର୍ଥିକ ସ୍ଥିତିର ତଦନ୍ତ କରୁଛନ୍ତି ଜିଲ୍ଲାପାଳ । ରାଜ୍ୟ ସରକାର ସବୁବେଳେ ବିପର୍ଯ୍ୟୟ ସମୟରେ ଚାଷୀଙ୍କ ସହ ଛିଡା ହୋଇଛନ୍ତି । ଫସଲ ନଷ୍ଟ କ୍ଷୟକ୍ଷତିକୁ ସରକାର 33 ପ୍ରତିଶତ ବୃଦ୍ଧି କରିଛନ୍ତି । ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ ମୃତ ଚାଷୀଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ନିକଟରେ ଅଦିନିଆ ବର୍ଷାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି । 6.5 ଲକ୍ଷ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ 292 କୋଟି ଟଙ୍କା ଘୋଷଣା କରିଛନ୍ତି । ଡିବିଟି ଜରିଆରେ ଚାଷୀଙ୍କୁ ସିଧାସଳଖ ସହାୟତା ପହଞ୍ଚିବ । ସେପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କ୍ଷତିଗ୍ରସ୍ତ ଚାଷୀ 15 ଦିନରେ ସହାୟତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଧୋଇଗଲା 292 କୋଟି ଟଙ୍କାର ଫସଲ

ଅଦିନିଆ ବର୍ଷା କାରଣରୁ ରାଜ୍ୟର 16 ଜିଲ୍ଲାର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସମ୍ବଲପୁର, ଗଞ୍ଜାମ, ପୁରୀ ସମେତ ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦ୍ରାପଡା, ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା ଓ ରାୟଗଡା ଜିଲ୍ଲାର ଚାଷୀ ବିଶେଷ ପ୍ରଭାବିତ ହୋଇଛନ୍ତି । 2.26 ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ 292 କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ଗଞ୍ଜାମ ଜିଲ୍ଲାର ଚାଷୀ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ 60 ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଚାଷଜମି ପ୍ରଭାବିତ ହୋଇଛି । ସେହିପରି ପୁରୀରେ ପାଖାପାଖି 50 ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଛି । ଖୁବଶୀଘ୍ର ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସହାୟତା ଯୋଗାଇବାରେ ବିଳମ୍ବ ହେଉଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଅଦିନିଆ ବର୍ଷା ଉଜାଡ଼ିଲା ଧାନ ଫସଲ, ଜୀବନ ହାରିଲେ ଚାଷୀ

ଋଣ ପାଇଁ ଚାପରେ ଥିଲେ କେନ୍ଦ୍ରାପଡାର ଚାଷୀ, ନେଲେ ଚରମ ନିଷ୍ପତ୍ତି

କେଉଁ ଜିଲ୍ଲାରେ ଜୀବନ ହାରିଲେ ଚାଷୀ

ଡେରାବିଶ ବ୍ଲକର କୋଶିଡାର ଚାଷୀ ଦୈତାରୀ ଜେନା ଗତ 22 ଡିସେମ୍ବର, 2024ରେ ଆଖି ବୁଜିଥିବା ବେଳେ ସନ୍ଥପୁରା ନାହାଙ୍ଗର ଭାବଗ୍ରାହୀ ମଲ୍ଲିକ 25 ଡିସେମ୍ବର, 2024ରେ ଆଖି ବୁଜିଛନ୍ତି । ସେହିପରି ଆଳି ବ୍ଲକ କୋଳିଡିହାର କୈଳାଶ ଚନ୍ଦ୍ର ଧଳଙ୍କ 4 ଜାନୁଆରୀ,2025ରେ ମୃତ୍ୟୁ ହୋଇଛି । ଅଦିନିଆ ବର୍ଷାରେ ଫସଲ ନଷ୍ଟ ଯୋଗୁଁ ଏହି ଚାଷୀ ମାନେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସମସ୍ତ ଚାଷୀଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବାରଙ୍ଗ ଗାଁର 64 ବର୍ଷୀୟ ଚାଷୀ ବନମାଳୀ ପେଣ୍ଠୋଇ ଗତ 26 ଡିସେମ୍ବର 2024ରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ବର୍ଷା କାରଣରୁ ବନମାଳୀଙ୍କ 5 ଏକର ଚାଷଜମିରେ ଫସଲ ନଷ୍ଟ ହୋଇଥିଲା । ଛତ୍ରପୁର ତହସିଲଦାର ବିଦ୍ୟା ମହାନ୍ତି କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି । ନିୟମାନୁସାରେ ରେଡକ୍ରସ ପାଣ୍ଠିରୁ ମୃତ ଚାଷୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ।

ସେହିପରି 3 ଜାନୁଆରୀ, 2025ରେ ନୟାଗଡ ଜିଲ୍ଲା ରଣପୁର ବ୍ଲକରୁ ଫସଲ ନଷ୍ଟ କାରଣରୁ ଦୁଇ ଚାଷୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ବଳଭଦ୍ରପୁର ପଞ୍ଚାୟତର 65 ବର୍ଷୀୟ ଦେବରାଜ ବାରିକଙ୍କ ହୃଦଘାତରେ ପ୍ରାଣ ଚାଲିଯାଇଥିବା ବେଳେ ବାସୁଦିୟ ଗାଁର 62 ବର୍ଷୀୟ ଭଗବାନ ପ୍ରଧାନଙ୍କ ବ୍ରେନ ଷ୍ଟ୍ରୋକ୍‌ରେ ଜୀବନ ଚାଲିଯାଇଛି । ଫସଲ ନଷ୍ଟ ସହ ଋଣ ବୋଝ ଯୋଗୁଁ ଉଭୟ ଚାଷୀ ଚିନ୍ତାଗ୍ରସ୍ତ ହୋଇ ଜୀବନ ହାରିଥିବା ସେମାନଙ୍କ ପରିବାର ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଫସଲ ଉଜୁଡି ଯିବାରୁ ଚାଷୀ ଜୀବନ ହାରିଥିବା ଅଭିଯୋଗ, ପରିବାରକୁ ଭେଟିଲେ ନବୀନ

ଉଜୁଡା କ୍ଷେତକୁ ଦେଖି ଧାନ ଜମିରେ ଟଳିପଡିଲେ ଚାଷୀ

ଗଞ୍ଜାମ ପରେ କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ, ଫସଲ ହାନୀ କାରଣ କହିଲେ ପରିବାର

ଉଜୁଡା ଫସଲ ଉଜାଡିଲା ପରିବାର, ଜୀବନ ହାରିଲେ ଚାଷୀ

କଟକ ଜିଲ୍ଲା ନିଆଳୀ ବ୍ଲକ ମହଙ୍ଗପଡାରେ 75 ବର୍ଷୀୟ ଚାଷୀ କୈଳାଶ ପ୍ରଧାନ ଗତ 31 ଡିସେମ୍ବର, 2024ରେ ନିଜ ଚାଷଜମିରେ ଉଜୁଡି ଯାଇଥିବା ଫସଲ ଦେଖି ଟଳି ପଡିଛନ୍ତି । ଦୁଇ ଏକର ଚାଷଜମିରେ ସେ ଫସଲ କରିଥିଲେ । କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା । ଫସଲ ଦେଖିବାକୁ ଯାଇଥିବା ବେଳେ ଜମିରେ ହିଁ ଟଳି ପଡିଥିଲେ ଚାଷୀ । ହୃଦଘାତରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ଡାକ୍ତର କହିଛନ୍ତି ।

ସେହି ସମାନ ଦିନ ଜଗତସିଂହପୁର ବାଲିକୁଦା ତହସିଲ ତାଣ୍ଡିକୁଳ ପଞ୍ଚାୟତ ସରେଣା ଗାଁର କୃତିବାସ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତିନି ଏକର ଚାଷଜମିରେ କରିଥିବା ଫସଲ ନଷ୍ଟ ୟୋଗୁଁ କୃତିବାସ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସମାନ ଢଙ୍ଗରେ ଯାଜପୁର ବିଞ୍ଝାରପୁର ଚିକଣ ପଞ୍ଚାୟତର ମଣିଭଦ୍ର ମହାନ୍ତି ଗତ ଡିସେମ୍ବର 28ରେ ଆତ୍ମହତ୍ୟା କରିଛନ୍ତି । ଅଦିନିଆ ବର୍ଷା ତାଙ୍କର ତିନି ଏକର ଚାଷଜମି ଧୋଇ ନେଇଥିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 7, 2025, 11:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.