ETV Bharat / state

28ରୁ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ, ଆସିବେ 5ଶହ ବିଦେଶୀ ନିବେଶକ - UTKARSH ODISHA CONCLAVE

ଓଡ଼ିଶାକୁ ଆସିବ ନିବେଶ ସମ୍ଭାର । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଆସୁଛନ୍ତି 5 ଶହ ବିଦେଶୀ ନିବେଶକଙ୍କ ପ୍ରାୟ 50 ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି । ପ୍ରସ୍ତୁତି ଜୋରଦାର ।

Utkarsh Odisha Conclave
Utkarsh Odisha Conclave (ETV Bharat Odisha)
author img

By ETV Bharat Odisha Team

Published : Jan 22, 2025, 10:39 PM IST

ଭୁବନେଶ୍ବର: ସପ୍ତାହକ ପରେ ଆୟୋଜିତ ହେବାକୁ ଯାଉଛି ‘ଉତ୍କର୍ଷ ଓଡ଼ିଶା’ । ଚଳିତମାସ 28 ଓ 29 ତାରିଖରେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ସାମିଲ ହେବେ 50 ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି । ସେହିପରି ଓଡ଼ିଶା ଆସିବେ 5ଶହ ବିଦେଶୀ ପୁଞ୍ଜି ନିବେଶକ । 12 ଦେଶ କଣ୍ଟ୍ରି ଇନ୍ ଫୋକସରେ ରହିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।

  • ଭାଗ ନେବେ 50 ହଜାର ନିବେଶକ:

‘ଉତ୍କର୍ଷ ଓଡ଼ିଶା-ମେକ ଇନ୍‌ ଓଡ଼ିଶା-2025’ କନକ୍ଲେଭରେ ଯୋଗ ଦେବେ ଦେଶର ଶହେ ଫର୍ଚ୍ୟୁନ ଓ 500 କମ୍ପାନୀ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, "ଆସନ୍ତା ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡି଼ଶା -2025 ସମାବେଶରେ 5 ଶହ ବିଦେଶୀ ପୁଞ୍ଜି ନିବେଶକଙ୍କ ସହ 50 ହଜାର ନିବେଶକ ଭାଗ ନେବେ । ଭାରତୀୟ ଶିଳ୍ପସଂଘ 'ଉତ୍କର୍ଷ ଓଡ଼ିଶା'ର ଏଥର ଜାତୀୟ ଶିଳ୍ପ ସହଯୋଗୀ ରହିଛନ୍ତି । 12 ରାଷ୍ଟ୍ର କଣ୍ଟ୍ରି ଇନ୍ ଫୋକସରେ ରହିବେ । ବିଜେପି ସରକାର ଆସିବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ 1 ଲକ୍ଷ 80 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିସାରିଛି । ଏସବୁ ପ୍ରକଳ୍ପ ବାସ୍ତବ ରୂପ ନେବା ପରେ 1 ଲକ୍ଷ 10 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Utkarsh Odisha Conclave (ETV Bharat Odisha)
  • ଯୋଗଦେବେ 5000 ଶିଳ୍ପ ପ୍ରତିନିଧି :

ସେହିପରି ସଚିବ ହେମନ୍ତ ଆହୁରି ମଧ୍ୟ କହିଛନ୍ତି, "ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର '60 ଅଣ୍ଡର 40' MSME ଉଦ୍ୟୋଗୀ । 29 ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଚଳିତଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରୋସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି 12ଟି ରାଷ୍ଟ୍ର 'କଣ୍ଟ୍ରି ଅଫ୍ ଫୋକସ' ରହିବାକୁ ନିମନ୍ତ୍ରଣ କରାଯାଇଛି । 27 ତାରିଖରେ ପ୍ରାକ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅଂଶସ୍ୱରୂପ ଆୟୋଜନ ହେବ CII ନ୍ୟାସନାଲ କାଉନସିଲର 5 ଅଧିବେଶନ । ଯେଉଁଥିରେ ଯୋଗ ଦେବେ CII ନ୍ୟାସନାଲ କାଉନସିଲର 200 ସଦସ୍ୟ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଦେଶ ତଥା ବିଦେଶର 5000 ଶିଳ୍ପ ପ୍ରତିନିଧି ଯୋଗଦେବେ।

ଏହା ବି ପଢନ୍ତୁ...

28ରେ ଆସିବେ ମୋଦି, ଉତ୍କର୍ଷ ଓଡ଼ିଶା କନକ୍ଲେଭ କରିବେ ଉଦଘାଟନ

କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 'ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ MoU'

  • ସାମିଲ ହେବେ ପ୍ରଧାନମନ୍ତ୍ରୀ:

28 ତାରିଖ ପୂର୍ବାହ୍ନ 11 ଟାରେ ଉଦଘାଟନ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । କନକ୍ଲେଭର ଦୁଇ ଦିନରେ ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ 15ଟି ସ୍ଵତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ 5ଟି ଓ ଦ୍ଵିତୀୟ ଦିନରେ 10ଟି ଅଧିବେଶନ ଅନୁଷ୍ଠିତ ହେବ । ଶିଳ୍ପ ବିଭାଗର ସାମ୍ବାଦିକ ସମ୍ମିଳନୀରେ ଇଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳେଇଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଜାନୁଆରୀ 28-29 ଦୁଇ ଦିନ ଧରି 4ଟି ପ୍ଲେନାରୀ ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହେବ । ଏହି ଦୁଇ ଦିନରେ ପ୍ରାୟ 3000 ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗଦେବେ । ସେହିପରି ଜାନୁଆରୀ 28 ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ 2025 କାର୍ଯ୍ୟକ୍ରମକୁ ଉଧଘାଟନ କରିବେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରୁ ସ୍ଵତନ୍ତ୍ର ବିମାନ ଯୋଗେ ଆସି ପ୍ରଧାନମନ୍ତ୍ରୀ ପୂର୍ବାହ୍ନ 10.35 ମିନିଟରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ । 10ଟା 55 ମିନିଟରେ ଜନତା ମଇଦାନରେ ପହଞ୍ଚି 11ରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଅପରାହ୍ନ ସାଢ଼େ 12 ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ । 12ଟା 55ରେ ଏଠାରୁ ସିଧାସଳଖ ଉତ୍ତରାଖଣ୍ଡ ଡେହେରାଡୁନକୁ ଯିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.