ETV Bharat / entertainment

'ଗେମ ଚେଞ୍ଜର' ପ୍ରି-ରିଲିଜ ଇଭେଣ୍ଟରେ 2 ଫ୍ୟାନ୍ସ ମୃତ, ଆର୍ଥିକ ସହାୟତା ଦେଲେ ରାମ ଚରଣ-ପୱନ କଲ୍ୟାଣ - GAME CHANGER PRE RELEASE EVENT

ରାମ ଚରଣଙ୍କ 'ଗେମ ଚେଞ୍ଜର' ପ୍ରି-ରିଲିଜ ଇଭେଣ୍ଟରେ ଯୋଗଦେବା ପରେ 2 ଫ୍ୟାନ୍ସ ପ୍ରାଣ ହରାଇଲେ । ଯାହା ପରେ ଫିଲ୍ମର ନିର୍ମାତାମାନେ ସହାୟତା ରାଶି ପ୍ରଦାନ କରିଛନ୍ତି ।

TWO FANS DIE ON GAME CHANGER PRE RELEASE EVENT
TWO FANS DIE ON GAME CHANGER PRE RELEASE EVENT (Photo: Film Poster, IANS)
author img

By ETV Bharat Entertainment Team

Published : Jan 6, 2025, 4:21 PM IST

Updated : Jan 6, 2025, 4:30 PM IST

ହାଇଦ୍ରାବାଦ: 'ପୁଷ୍ପା ୨: ଦ ରୁଲ'ର ପ୍ରିମିୟର୍ ସମୟରେ ଅଲ୍ଲୁ ଅର୍ଜୁନଙ୍କ ଜଣେ ଫ୍ୟାନ୍ସର ମୃତ୍ୟୁ ଘଟଣା ମନରୁ ଲିଭିନଥିବା ବେଳେ ପୁଣି 'ଗେମ ଚେଞ୍ଜର' ପ୍ରି-ରିଲିଜ ଇଭେଣ୍ଟରେ ଯୋଗଦେବା ପରେ 2 ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଛି । ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସ ମୃତ୍ୟୁର ଏକ ମାସ ପରେ ରାଜମନ୍ଦୁରୀରେ ରାମ ଚରଣଙ୍କ ଚଳଚ୍ଚିତ୍ର 'ଗେମ୍ ଚେଞ୍ଜର'ର ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦୁଇ ପ୍ରଶଂସକଙ୍କର ମୃତ୍ୟୁ ଘଟିଛି । ଏହି କାର୍ଯ୍ୟକ୍ରମରେ ଏପି ଡେପୁଟି ସିଏମ୍ ପୱନ କଲ୍ୟାଣ ମଧ୍ୟ ଭାଗ ନେଇଥିଲେ। ତେବେ ଏହି ଦୁଃଖଦ ଘଟଣା ନେଇ ଫିଲ୍ମର ନିର୍ମାତା, ରାମଚରଣ ଏବଂ ପୱନ କଲ୍ୟାଣ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ସଡ଼କ ଦୁର୍ଘଟଣାରେ ଦୁଇ ଫ୍ୟାନ୍ସଙ୍କ ଗଲା ଜୀବନ

ଅଭିନେତା ରାମ ଚରଣଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗେମ୍ ଚେଞ୍ଜରର ପ୍ରି-ରିଲିଜ୍ ଇଭେଣ୍ଟର ଯୋଗ ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଦୁଇ ଫ୍ୟାନ୍ସ । ଏହି ଘଟଣା ଡିସେମ୍ବର 4 ରେ ରାଜହମୁଣ୍ଡ୍ରିରେ ହୋଇଥିଲା । ଇଭେଣ୍ଟରୁ ଘରକୁ ଫେରୁଥିବାବେଳେ କାକିଣ୍ଡା ଜିଲ୍ଲାର ବାସିନ୍ଦା ଅରଭା ମାଣିକାନ୍ତ (23) ଏବଂ ଥୋକଡା ଚରଣ (22) ଏକ ବାଇକ୍ ଯୋଗେ ରାତି ପ୍ରାୟ 9:30 ସମୟରେ ଭାଡିସାଲେରୁ ନିକଟରେ ଏକ ଭ୍ୟାନ୍ ସହ ଧକ୍କା ଦେଇଥିଲେ। ପେଡାପୁରାମ ଡାକ୍ତରଖାନାକୁ ନିଆଯିବା ସତ୍ତ୍ୱେ ଉଭୟଙ୍କର ମୃତ୍ୟୁ ଘଟିଛି।

ରାମ ଚରଣ-ପୱନ କଲ୍ୟାଣ କଲେ ଆର୍ଥିକ ସହାୟତା

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଚଳଚ୍ଚିତ୍ର ନିର୍ମାତା ଦିଲ ରାଜୁ ସମବେଦନା ଜଣାଇ କହିଛନ୍ତି, 'ମୁଁ ଜାଣିବାକୁ ପାଇଲି ଯେ ଘଟଣା ପରେ ଫେରିବା ସମୟରେ ଦୁଇଜଣ ପ୍ରଶଂସକ ମୃତ୍ୟୁ ହୋଇଛି। ମୁଁ ପ୍ରାର୍ଥନା କରୁଛି ଯେ ତାଙ୍କ ଆତ୍ମାକୁ ​​ଶାନ୍ତି ମିଳୁ ଏବଂ ଆମେ ଉଭୟ ପରିବାର ସହ ଅଛୁ ଓ ସେମାନଙ୍କୁ ସମର୍ଥନ କରିବୁ। ମୁଁ ଉଭୟଙ୍କୁ 5-5 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁଛି ।' ସେହିପରି ପୱନ କଲ୍ୟାଣ ଏବଂ ରାମ ଚରଣ ମଧ୍ୟ ପ୍ରତ୍ୟେକ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: 'ଗେମ ଚେଞ୍ଜର' ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ରାମ ଚରଣଙ୍କ ସ୍ୱାଗ୍

ଏହି ଦିନ ପରଦାକୁ ଆସିବ 'ଗେମ ଚେଞ୍ଜର'

ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ରନ୍ ସମୟ ହେଉଛି 2 ଘଣ୍ଟା 45 ମିନିଟ୍ । ଗେମ୍ ଚେଞ୍ଜର 10 ଜାନୁଆରୀରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ରାମ ଚରଣ ଜଣେ ଆଇଏଏସ୍ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ, ଯିଏ ନିର୍ବାଚନରେ ​​ଦୁର୍ନୀତି ଏବଂ ଚୋରୀକୁ ରୋକିବେ। ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଯିଏ ପୂର୍ବରୁ 'ହିନ୍ଦୁସ୍ତାନୀ', 'ଇଣ୍ଡିଆନ୍ ୨', 'ଅପରିଚିତ', 'ରୋବଟ୍' ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 6, 2025, 4:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.